Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ବଢୁଛି ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ମଙ୍ଗଳବାର ଦିନ ଆଉ ୪ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୭୫,୨୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩୧,୦୫୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଆହୁରି ମଧ୍ୟ ଗତକାଲି ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ଏହି ଗେଟ୍ ଖୋଲା ହେବା ଫଳରେ ବର୍ତ୍ତମାନ ସମୟରେ ପ୍ରାୟ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାକୁ ଲାଗିଛି । ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଜଳକା ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି କୁଶଭଦ୍ରା, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବଂଶଧାରା ଓ ଋଷିକୁଲ୍ୟା ଆଦି ନଦୀର ଜଳସ୍ତର ମଧ୍ୟ ବଢୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.