ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍ ଖୋଲାଇଥିଲା। ୩ ଓ ୭ ନମ୍ୱର ଗେଟ୍ ଖୋଲିଥିଲା। ପର୍ଯ୍ୟାୟ କ୍ରମେ ୬ଟି ଗେଟ୍ ଖୋଲିଛି ।
ଉପର ମୁଣ୍ଡରେ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଗେଟ୍ ଖୋଲିଛନ୍ତି । ଗତ ୨୪ ଘଣ୍ଟାରେ ଉପର ମୁଣ୍ଡ ରେ ୪୬.୪୬ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଡ୍ୟାମର ଜଳ ପତ୍ତନ ୬୨୬.୮୩ ଫୁଟ ରହିଛି । ଏହି ସମୟ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ୍ ଜଳ ପ୍ରବେଶ କରୁଛି ।
Comments are closed.