Latest Odisha News

BREAKING NEWS

ଗଞ୍ଜାମ : ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଗୁରୁତର ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲିସର ଏନକାଉଣ୍ଟରରେ ସୋମବାର ରାତିରେ ଜଣେ କୁଖ୍ୟାତ ଅପରାଧି ଗୁରୁତର ଆହତ ହୋଇଛି ।

ଅଭିଯୁକ୍ତ ଜଣଙ୍କ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗଙ୍ଗପୁର ଅଞ୍ଚଳ ସ୍ଥିତ ବରପୋଲି ଗ୍ରାମର ଜିତୁ ସ୍ୱାଇଁ ଓରଫ୍ ବାଦଲ ବୋଲି ଜଣାପଡିଛି ।

ଏହି ଅପରାଧିର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ବେଳେ ଚିକିତ୍ସା ନିମନ୍ତେ ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁତ୍ରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅନ୍ତର୍ଗତ ଡେଙ୍ଗାପଦର ନିକଟସ୍ଥ ସେରଗଡ ରାସ୍ତାରେ ରାତି ପ୍ରାୟ ୧ଟା ବେଳେ ଏହି ଏନକାଉଣ୍ଟର ହୋଇଥିଲା । ସୂଚନା ଅନୁଯାୟୀ ଗତକାଲି ରାତିରେ ପୋଲିସ କୌଣସି ସୁତ୍ରରୁ ଜିତୁ ସମ୍ପର୍କରେ ଖବର ପାଇ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା । ଆହୁରି ମଧ୍ୟ ହଠାତ୍ ପୋଲିସର ଏଭଳି ଚଢଉ ଦେଖି ଜିତୁ ପୋଲିସ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲା, ଏହାର ପାଲଟା ଜବାବରେ ପୋଲିସ ଗୁଳିରେ ସେ ଆହତ ହୋଇଥିଲେ ।

ଅନ୍ୟପକ୍ଷରେ ସୁତ୍ରରୁ ପ୍ରକାଶ ଯେ ବୁଢା ବିଷୋୟୀ ହତ୍ୟାକାଣ୍ଡ ସହିତ ଜଡିତ ଥିବା ଜିତୁକୁ ପୋଲିସ ଅନେକ ଦିନରୁ ଖୋଜୁଥିଲା । ସେହିଭଳି ଏହି କୁଖ୍ୟାତ ଅପରାଧି ଜିତୁ ନାମରେ ସେରଗଡ, ହିଞ୍ଜିଳି ଓ ଭୁବନେଶ୍ୱରସ୍ଥିତ ଖାରବେଳ ନଗର ଆଦି ଥାନାରେ ୨୨ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରୁ ପିସ୍ତଲ, ଗୁଳି ଓ ମୋବାଇଲ ଓ ବାଇକ ଆଦି ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.