Latest Odisha News

ମାଆ ହେଲେ ସାନିଆ ମିର୍ଜା, ସୋସିଆଲ ମିଡିଆରେ ଖୁସି ସେୟାର କଲେ ସ୍ୱାମୀ ସୋଏବ

ନୂଆଦିଲ୍ଲୀ : ଭାରତୀୟ ଟେନିସ ସେନସେସନ୍ ସାନିଆ ମିର୍ଜା ମଙ୍ଗଳବାର ଦିନ ମାତୃତ୍ୱ ଲାଭ କରିଛନ୍ତି । ତାଙ୍କ କ୍ରିକେଟର ସ୍ୱାମୀ ସୋଏବ୍ ମଲ୍ଲିକ ଏନେଇ ସୋସିଆଲ ମିଡିଆରେ ଖବର ଦେବାପରେ ଉଭୟ ଦମ୍ପତିଙ୍କ ପାଖକୁ ଫ୍ୟାନ୍ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଭାରତ ଓ ପାକିସ୍ତାନୀ କ୍ରୀଡା ଦମ୍ପତିଙ୍କ ଏହି ଖୁସି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ସୋଏବ ସୋସିଆଲ ମିଡିଆରେ ଏହି ଖବର ଦେବା ପରେ ନୂଆ ନୂଆ ମା’ ଓ ବାପା ପାଲଟିଥିବା ଏହି ଦମ୍ପତିଙ୍କୁ ଫ୍ୟାନମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଖୁସିଖବରକୁ ସୋଏବଙ୍କ ମ୍ୟାନେଜର ଅମମ୍ ହକ୍ ଟ୍ୱିଟର ମାଧ୍ୟମରେ ପୋଷ୍ଟ କରି ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏଥିସହିତ ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି ବୋଲି ଲେଖିଥିଲେ ।

ପରବର୍ତ୍ତୀ ସମୟରେ ଭଉଣୀ ଅନାମ ମଧ୍ୟ ଇନଷ୍ଟାଗ୍ରାମରେ ଏହି ଖୁସିଖବରକୁ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଥିଲେ ।

ଚଳିତ ବର୍ଷ ଏପ୍ରିଲ ମାସରେ ସାନିଆ ଗର୍ଭବତୀ ଥିବା ଖବର ମିଳିଥିଲା । ଏହି ସମୟରେ ସାନିଆ ନିଜ କ୍ୟାରିୟରରୁ ସାମୟିକ ବିରତି ନେଇଥିଲେ । ୨୦୧୦ରେ ଏହି ଚର୍ଚ୍ଚିତ ଯୋଡି ବିବାହ ବଦ୍ଧନରେ ଆବଦ୍ଧ ହୋଇଥିଲେ ।

ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶିକା ତଥା ପ୍ରଯୋଜକ ଫରାହ ଖାନ୍ ସାନିଆ ମାଆ ହେବାର ଖବର ପ୍ରଥମେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଉଭୟ ମାଆ ଓ ନବଜାତକକୁ ଶୁଭେଚ୍ଛା ଜଣାଇଥିଲେ । ଏହାସହିତ ମୋ ସାଙ୍ଗ ମା’ ବନିଗଲା ଓ ମୁଁ ବହୁତ ଖୁସି ବୋଲି କ୍ୟାପସନରେ ଲେଖିଥିଲେ ।

Leave A Reply

Your email address will not be published.