ନୂଆଦିଲ୍ଲୀ: ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଟିମୋଥି ରେ ବ୍ରାଉନ୍ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ବ୍ରାଉନ୍ ଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କୁ ‘ବର୍ଲିନ୍ ପେସେଣ୍ଟ’ ମଧ୍ୟ କୁହାଯାଉଥିଲା।
ଏ ନେଇ ବ୍ରାଉନ୍ ଙ୍କ ସାଥୀ ଟିମ୍ ହୋଫ୍ଗନ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଟିମୋଥି ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ। ୧୯୯୫ ମସିହାରେ ଯେତେବେଳେ ବ୍ରାଉନ୍ ବର୍ଲିନ୍ ରେ ରହୁଥିଲେ ସେତେବେଳେ ସେ ଏଚ୍ଆଇଭି ଆକ୍ରାନ୍ତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ହେଲେ ସେ ପୁଣି ଥରେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
Comments are closed.