Latest Odisha News

BREAKING NEWS

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ; କେବଳ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ହେଲେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏବେ କେବଳ ନେଚର କ୍ୟାମ୍ପରେ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

ଏସମ୍ପର୍କରେ ରାଜନଗର ମାଙ୍ଗ୍ରୋଭ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍ ଡିଭିଜନ୍ ଡିଏଫଓ ବିକାଶ ରଞ୍ଜନ ଦାସ କହିଛନ୍ତି ଯେ ଡାଙ୍ଗମାଳରେ ଥିବା ୧୬ଟି କଟେଜରେ ପର୍ଯ୍ୟଟକ ମାନେ ରହିପାରିବେ । ଏହାଛଡା ଯେଉଁମାନେ ଏହି ନେଚର କ୍ୟାମ୍ପରେ ରହିବାକୁ ଚାହୁଁଛନ୍ତି ସେମାନେ ଓଡିଶା ଇକୋଟୁରିଜିମ୍ ୱେବସାଇଟରେ ବୁକ୍ କରିପାରିବେ ।

ଆହୁରି ମଧ୍ୟ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରାଯିବାକୁ ଥିବା ବେଳେ ସମସ୍ତ କଟେଜ ଓ ବୋଟକୁ ସାନିଟାଇଜ କରାଯାଇଥିବା ସୁତ୍ରରୁ ପ୍ରକାଶ ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୧୭ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା ।

Leave A Reply

Your email address will not be published.