Latest Odisha News

BREAKING NEWS

ଜୁନିଅର ହକି ବିଶ୍ୱକପ; ଖେଳାଳୀଙ୍କ ପାଇଁ ଉଦ୍ଧିଷ୍ଟ ବସରେ ଓଡିଶା ପରମ୍ପରାର ଝଲକ

ଭୁବନେଶ୍ୱରେ : ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା । ଭୁବନେଶ୍ୱରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ପୁରୁଷ ଜୁନିଅର ହକି ବିଶ୍ୱ କପ୍ । ଏଥିପାଇଁ ବାହାର ରାଜ୍ୟରୁ ଆସିଥିବା ୧୬ ଟି ଦଳର ଖେଳାଳୀ ମାନଙ୍କ ପାଇଁ ଓଡିଶା ପରିବହନ ନିଗମ ତରଫରୁ ବସ୍ ଯୋଗାଇ ଦିଆଯାଇଛି ।

ଏହି ବସ୍ ଗୁଡିକ ଗ୍ରୀନ କଲର ହୋଇଥିବା ବେଳେ । ବସରେ ଓଡିଶାରା ନିଆରା ପାରମ୍ପରିକ ଲୋକ କଳା ଓ ଛୋଟି ଆଦି ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ବସ୍ ଗୁଡିକ ପୁରା ଟ୍ରାଡିସନାଲ ଲୁକ୍ ଦିଆଯାଇଛି । ଯାହାକି ବାହାର ରାଜ୍ୟରୁ ଆସୁଥିବା ଖେଳାଳୀ ମାନଙ୍କୁ ଆକୃଷ୍ଟ କରିବ । ଅନ୍ୟପଟେ ଏହି ବସ୍ ଗୁଡିକ ଖେଳାଳୀମାନଙ୍କୁ ଷ୍ଟାଡିଅମ୍ ଓ ହୋଟେଲକୁ ନବା ଆଣିବା କରିବାରେ ନିୟୋଜିତ ହେବ ।

Comments are closed.