Latest Odisha News

BREAKING NEWS

ରାଜରାସ୍ତାରେ ଅଳିଆ ପକାଇ ରାସ୍ତାରୋକ କଲେ ହକି ଖେଳାଳି

ଅନ୍ଧକାର ଭବିଷ୍ୟତ ଭିତରେ ବିଲୁପ୍ତ ହବାକୁ ବସିଛନ୍ତି ନୂତନ ପିଢ଼ିର ଏହି କୁନି କୁନି ହକି ଖେଳାଳି l ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ପଡିରହିଥିବା ସମସ୍ତ ଅଳିଆ ଆବର୍ଜନା ଓ ବ୍ୟବହୃତ ମଦ ବୋତଲ ଗୁଡିକୁ ରାସ୍ତାରେ ପକାଇ ଧାରଣାରେ ବସିଛନ୍ତି ଜିଲ୍ଲାର ହକି ଖେଳାଳି l

ଢେଙ୍କାନାଳ: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳର ମିନିଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମ ସାରିବା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ଆରମ୍ଭ ହୋଇଥିଲା ନାଚ ଗୀତ ସହ ମଦ ପିଆ l ମାଳ ମାଳ ଅଳିଆ ଓ ମଦ ବୋତଲ ପକାଇ ଷ୍ଟାଡିୟମ ସଫେଇ କରିବା ଭୁଲିଯାଇଛନ୍ତି ପୌରକର୍ମଚାରୀ l ଫଳରେ ରାଜରାସ୍ତାକୁ ଓଲ୍ହାଇ ଧାରଣାରେ ବସିଛନ୍ତି ହକି ଖେଳାଳି ।

ବାର ମାସରେ ୨୫ ପର୍ବ ପରି ମିନିଷ୍ଟାଡିୟମ ପରିସରରେ ଆୟୋଜିତ ହେଉଛି ନାନାଦି କାର୍ଯ୍ୟକ୍ରମ l ଦୟନୀୟ ଅବସ୍ଥାରେ ପ୍ରଶିକ୍ଷଣ ନେଉଛନ୍ତି କୁନି କୁନି ହକି ଖେଳାଳି l ସମଗ୍ର ବିଶ୍ୱରେ ଓଡିଶା ହକି ହବ ମାନ୍ୟତା ପାଇଥିବା କାରଣରୁ ହକି ଖେଳରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିବାକୁ ସ୍ବପ୍ନ ଦେଖୁଛନ୍ତି ଜିଲ୍ଲାର ୬୦ ରୁ ଉର୍ଦ୍ଧ କୁନି କୁନି ହକି ଖେଳାଳି l କିନ୍ତୁ ଭବିଷ୍ୟତ ଗଢିବାର ସ୍ବପ୍ନ ସାକାର ହୋଇପାରୁନି ଏହି ଖେଳାଳି ମାନଙ୍କର l ଯେ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚଦିନ ପୂର୍ବରୁ ମିନିଷ୍ଟାଡିୟମ ପରିସରରେ ଚାଲିଥାଏ ସଜାସଜି । ସେପରି କାର୍ଯ୍ୟକ୍ରମ ସରିବା ପରେ ଅଳିଆ ସଫା ଟେଣ୍ଟ ଖୋଳା ଗାତକୁ ମାଟି ବାଲି ପକାଇ ସମତଳ କରିବାରେ ଲାଗିପଡୁଛନ୍ତି ଏହି ହକି ଖେଳାଳି । ଫଳରେ ବାରମ୍ବାର ଖେଳରେ ବ୍ୟଘାତ ସୃଷ୍ଠି ହେଉଛି  l

ଅନ୍ଧକାର ଭବିଷ୍ୟତ ଭିତରେ ବିଲୁପ୍ତ ହବାକୁ ବସିଛନ୍ତି ନୂତନ ପିଢ଼ିର ଏହି କୁନି କୁନି ହକି ଖେଳାଳି l ସେପଟେ ଆଜି ମିନି ଷ୍ଟାଡିୟମ ପରିସରରେ ପଡିରହିଥିବା ସମସ୍ତ ଅଳିଆ ଆବର୍ଜନା ଓ ବ୍ୟବହୃତ ମଦ ବୋତଲ ଗୁଡିକୁ ରାସ୍ତାରେ ପକାଇ ଧାରଣାରେ ବସିଛନ୍ତି ଜିଲ୍ଲାର ହକି ଖେଳାଳି l

 

Leave A Reply

Your email address will not be published.