Latest Odisha News

BREAKING NEWS

ସୋନିଆ ଗାନ୍ଧୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ସାମାନ୍ୟ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି ଏବଂ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି।

ସୂଚନାନୁସାରେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଏହାପୂର୍ବରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅନେକ ଥର ଖରାପ ହୋଇଯାଇଥିଲା। ମାର୍ଚ୍ଚରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ପରେ ତାଙ୍କୁ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଭର୍ତ୍ତି ହେବାର ପରଦିନ ସେ ସୁସ୍ଥ ହୋଇଥିଲେ।

ଆଗାମୀ ଲୋକସଭା ନିର୍ବାଚନ ଯୋଗୁଁ ସୋନିଆ ବର୍ତ୍ତମାନ ରାଜନୈତିକ ବୈଠକ ଏବଂ ସଭାଗୁଡ଼ିକରେ ବହୁତ ସକ୍ରିୟ ରହୁଛନ୍ତି। କିଛି ଦିନ ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ବୈଠକରେ ସେ ଭାଗ ନେଇଥିଲେ। ତାଙ୍କ ସହ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବଡ ନେତା ମଧ୍ୟ ନଜର ଆସିଥିଲେ। ଏହାପୂର୍ବରୁ ମଧ୍ୟ ସେ ବିରୋଧୀ ଦଳର ବୈଠକରେ ଭାଗ ନେଉଥିବାର ନଜର ଆସିଥିଲେ।

Leave A Reply

Your email address will not be published.