Latest Odisha News

BREAKING NEWS

ହକି ବିଶ୍ୱକପ୍ ବେଳେ କେତେ ଆଲର୍ଟ ପୋଲିସ ? ଅଭିଯୋଗ କଲେ ଶୁଣୁନି ୧୧୨

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କମିଶନରେଟ୍ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି । ଭୁବନେଶ୍ୱରର ରାସ୍ତା ସାରା ସିସିଟିଭି ଲାଗିଛି । ତଥାପି ଅସାମାଜିକ ଲୋକଙ୍କ ଉତ୍ପାତ ଥମୁନି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ ଜରୁରୀକାଳୀନ ନମ୍ବର ୧୧୨କୁ ଅଭିଯୋଗ କଲେ ଉତ୍ତର ଆସୁଛି… ଦେଖୁଛୁ ।

ଶନିବାର ରାତି ପ୍ରାୟ ୧୧ଟା ୧୯ ସମୟରେ ଜୟଦେବ ବିହାରରୁ ପଟିଆ ରାସ୍ତାରେ ମେ ଫେୟାର ରାସ୍ତାରୁ ଏକ କଳା ରଙ୍ଗର କାର ଦ୍ରୁତ ବେଗରେ ମାଡ଼ି ଆସିଥିଲା । ବୁଲାଣି ଥିଲେ ମଧ୍ୟ କାରଟିର ବେଗ ୧୦୦ରୁ କମ ନଥିଲା । ରାସ୍ତାରେ ରେସିଂ କଲା ଭଳି ମାଡ଼ି ଯାଇଥିଲା କାରଟି । ଆଉ ଗୋଟିଏ ସେକେଣ୍ଡରେ ବି ଅନ୍ୟମାନଙ୍କ ଜୀବନ ବିପଦରେ ପଡ଼ିଥାନ୍ତା ।

ଏଭଳି ସ୍ପିଡ୍ ଡ୍ରାଇଭିଂ ଦେଖି ଜଣେ ସାମ୍ବାଦିକ ତୁରନ୍ତ ୧୧୨କୁ ଫୋନ୍ କରି ସୂଚନା ଦେଇଥିଲେ । ହେଲେ ଉତ୍ତର ମିଳିଥିଲା ଆପଣ ଗାଡ଼ି ନମ୍ବର ରଖିଛନ୍ତି ? କାରଟି କେଉଁ ଆଡ଼େ ଗଲା ? ସାମ୍ବାଦିକ ଜଣଙ୍କ ସବୁ କହିବା ପରେ ସେପଟୁ ଉତ୍ତର ଆସିଥିଲା କାରକୁ ଆଉ ଥରେ ଦେଖିଲେ କହିବେ ।

ତେବେ ପ୍ରଶ୍ନ, ସବୁ ଟ୍ରାଫିକରେ କାହିଁକି ସିସିଟିଭି ଲାଗିଛି ? ଟ୍ରାଫିକରେ ଲାଗିଥିବା ସବୁ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ଅଛି ତ ? ନା କେବଳ ନାଁକୁ ଏସବୁ ଲାଗିଛି । ରାତି ୧୧ଟା ପରେ ହେଉନି କି ପୋଲିସ ପାଟ୍ରୋଲିଂ । ଯଦି ହେଉଛି ତାହେଲେ ୧୧୨ରେ ଜଣାଇବା ପରେ ବି କାହିଁକି ପୋଲିସ ଉକ୍ତ କାରକୁ ଧରିବା ଲାଗି ଆଗ୍ରହ ଦେଖାଇଲା ନାହିଁ । କାହାର ଜୀବନ ଯିବା ପରେ ପଶିବ କି ପୋଲିସର ଚେତା ?

Leave A Reply

Your email address will not be published.