Latest Odisha News

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି ଅନୁଷ୍ଠିତ ହୋଇ ଆସିଛି ଏହି ମହୋତ୍ସବ । ଓଡିଶୀ, ସମ୍ବଲପୁରୀ ନୃତ୍ୟ ସହିତ ବିଭିନ୍ନ ଲୋକ ନୃତ୍ୟକୁ ନେଇ ବା ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିଲା ଦୁଲଦୁଲି। ଝାରସୁଗୁଡ଼ାର ଆରାଧ୍ୟ ଦେବତା ଝାଡ଼େଶ୍ୱରଙ୍କର ପୀଠରୁ ବିଧିଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଏକ ସାସ୍କୃତିକ ଶୋଭାଯାତ୍ରା ଅପରାହ୍ନରେ ବାହାରିଥିଲା ।

ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟୟଙ୍କ ସମେତ ଉପଜିଲ୍ଲାପାଳ ଓ ଦୁଲଦୁଲିର ସଂଯୋଜକଙ୍କ ସହ ଜିଲ୍ଲାର ଅନେକ ମାନ୍ୟଗନ୍ୟ ବ୍ୟକ୍ତି  ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ବାହାରି ନବ ଦୂର୍ଗାମନ୍ଦିର ପାଖରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଅନେକ ଲୋକ ଓ ସାଂସ୍କୃତିକ ଦଳ ଯୋଗ ଦେଇଥିଲେ ।

ଏହିପରି ଭାବରେ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ପ୍ରଥମ କରି  ଜାନୁଆରୀ ପହିଲା ବଦଳରେ ଜାନୁଆରୀ ୧୪ ତାରିଖରେ ସରବାହାଲ ପଡ଼ିଆରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବାରେ ବରଗଡ଼ ସାଂସଦ, ଝାରସୁଗୁଡ଼ା ଜିଲ୍ଲାପାଳ ଆାଦି ଉପସ୍ଥିତ ରହିଥିଲେ ।  ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଝାରସୁଗୁଡ଼ା ସୃଜନୀ ପରିବାର ପକ୍ଷରୁ ଅବହ ଆଳତୀ ଭରନି ନୃତ୍ୟ ପରିବେଷଣ କରାଯାଇଥିଲା ।

ପରେ ଭୂବନେଶ୍ୱରର ନୃତ୍ୟ ଧାମର କଳାକାର ମାନେ ପରିବେଷଣ କରିଥରଲେ ଦଶ ମହାଧାମ । ଏହାଛଡା ବରଗଡ଼ ଗାଇସିଲେଟର କଳାକାର ମାନେବଜନିଆଁ ଭାବେ ରସରକେଲି,ରାଜସ୍ଥାନ ବାରମେରର କଳାକାର ମାନେ ଲୋକ ନୃତ୍ୟ, ବଲାଙ୍ଗିରର ଘୁଡ଼କା ନାଚ, ପଞ୍ଜାବୀ ରୟଲ ଏକାଡେମୀର ଭାଙ୍ଗଡ଼ା ନୃତ୍ୟ, ଗଂଜାମର ଯୋଡ଼ି ଶଂଖ ଓ ଖୋର୍ଦ୍ଧାର ଗୋଟି ପୁଅ ନୃତ୍ୟପରିବେଷଣ କରିଥିଲା ।

ଚଳିତ ବର୍ଷ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ସହ  ଦୁଲୁଦୁଲ ମହୋତ୍ସବ ବିଭିନ୍ନ ପ୍ରକାରର ଷ୍ଟଲ ପଡିଛି  । ବିଶେଷ କରି  ବିଭିନ୍ନ ଜିଲାରୁ ଆସିଥିବା କାରିଗର ମାନେ ନିଜ ସମାଗ୍ରୀ ସହିତ  ଏହି ମହୋତ୍ସବରେ ଭାଗ ନେଇଥିଲେ । ଏହି ମହୋତ୍ସବ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଝାରସୁଗୁଡ଼ାରୁ କେ ରୋସନ ପୃଷ୍ଟିଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.