Latest Odisha News

BREAKING NEWS

ଆଜି ରଙ୍ଗର ପର୍ବ ହୋଲି : ସବୁଆଡେ ସେଲିବ୍ରେସନ ମାହୋଲ

ଭୁବନେଶ୍ୱର : ଆଜି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସବୁଆଡ ଉତ୍ସବ ମୁଖର । ରାଜ୍ୟରେ ମଧ୍ୟ ଚଳିତ ଥର କରୋନା କଟକଣା ହ୍ରାସ ପାଇବା ପରେ ସବୁଆଡେ ଧୁମଧାମରେ ହୋଲି ଉତ୍ସବ ପାଳନ କରାଯାଉଛି । ଛୋଟଠୁ ବଡ ସମସ୍ତେ ରଙ୍ଗର ଉତ୍ସବକୁ ପାଳନ କରୁଛନ୍ତି । ଏହି ହୋଲି ରଙ୍ଗ ଏକ ସାଧାରଣ ରଙ୍ଗ ନୁହେଁ ବରଂ ପରସ୍ପରକୁ ସ୍ନେହ ଡୋରରେ ବାନ୍ଧିବାର ଏହା ପ୍ରତୀକ ଅଟେ । ତେଣୁ ଘରେ ଘରେ ଚାଲିଛି ସେଲିବ୍ରେସନ ମାହୋଲ । ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି ।

ହେଲେ ଚଳିତ ଥର ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହିଁ ହୋଲି ଖେଳିବାର ଅନୁମତି ମିଳିଛି । ସେପଟେ ରାଜ୍ୟରେ ହୋଲି ଉତ୍ସବ ପାଳନ ହେଉଥିବା ବେଳେ ।ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।ସେପଟେ ଗତକାଲି ରାଜଧାନୀର ବିଭିନ୍ନ ରଙ୍ଗ ଦୋକାନେରେ ପୋଲିସ ଚଢାଉ କରି ବିଭିନ୍ନ ରସାୟନିକ ରଙ୍ଗ ଜବତ କରିଥିଲ।।

ଏଥର ହୋଲି ଖେଳରୁ ବାଦ୍ ପଡିନାହାନ୍ତି ନେତା ରାଜନେତା ମାନେ । ସମସ୍ତ ନେତା ତଥା ମନ୍ତ୍ରୀଙ୍କ ଘରେ ହୋଲି ଖେଳିବା ପାଇଁ ସମର୍ଥକଙ୍କ ଭିଡ ମଧ୍ୟ ଜମୁଛି । କହିବାକୁ ଗଲେ ଦୀର୍ଘ ଦୁଇ ବର୍ଷ ହୋଲି ଉତ୍ସବ ଫିକା ପଡିଥିଲେ ହେଁ ଏଥର ଜମୁଛି ହୋଲି ଖେଳ ।

Comments are closed.