Latest Odisha News

BREAKING NEWS

ଆସୁଛି ହୋଲି; ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ । ଏନେଇ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ । ଉଭୟ ଦୋଳ ଏବଂ ହୋଲି ପାଇଁ ଟୁଇନ୍ ସିଟିର ସମସ୍ତ ଥାନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି । ନିଶା ସେବନ କରି ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସମିଟ୍‌ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା ।

ସାଙ୍ଗ ମାନଙ୍କୁ ଗ୍ରୁପ୍ ରେ ଆଲର୍ଟ ସହ ସହଯୋଗ କରିବାକୁ ଅପିଲ କରିଛନ୍ତି । ଅଭିଭାବକମାନଙ୍କୁ ଆଲର୍ଟ ରହି ପିଲା ମାନଙ୍କ ଉପରେ ବିଶେଷ ନଜର ରଖିବେ । ହୋଲି ଦିନ ଡ୍ରଙ୍କେନ ଡ୍ରାଇଭ୍ ଚେକିଂ ହେବ ଜୋରଦାର । ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଇଛି ପୋଲିସ । ହୋଲି ଦିନ ରାଜଧାନୀରେ ୨୦ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ସହ ଅସାମାଜିକଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା ।

ଗ୍ରାମରେ ଚୋରା ମଦ କାରବାର ହେଉଥିବା ଜାଗାରେ ପୋଲିସ ରଖିବ ନଜର । ହୋଲି ଖେଳ ସାରି ଗାଧୋଇବା ବେଳେ ବୁଡି ଯିବା ପରି ଅନେକ ଅଘଟଣ ଘଟୁଥିବା ଯୋଗୁ ସମସ୍ତ ଜଳାଶୟ ନିକଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ମଦୁଆଙ୍କୁ ପିସିଆର ଉଠାଇ ନେବ । ଏଥିସହିତ କେମିକାଲ ରଙ୍ଗରେ ହୋଲି ନ ଖେଳି କେବଳ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିସ ।

Comments are closed.