Latest Odisha News

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଏଭଳି ପରିସ୍ଥିତିରେ ଏଥର ରଙ୍ଗର ପର୍ବ ହୋଲି ଫିକା ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହେଉଛି । ଶୁଣିବକୁ ମିଳିଛି କରୋନା ପାଇଁ ବନ୍ଦ ହେବାକୁ ଯାଉଛି ହୋଲି ଖେଳ ।

ଏହାର ମୁଖ୍ୟ କାରଣ ସାଜିଛି ଚାଇନାରୁ ଆସୁଥିବା ରଙ୍ଗ । ଏହି ରଙ୍ଗରେ କରୋନା ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ହୋଲି ପାଳନ ନକରିବାକୁ ଘୋଷଣା କରିଛନ୍ତି । ଏହାସହ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପକ୍ଷରୁ ମଧ୍ୟ ହୋଲି ପାଳନ କରାନଯିବା ଟ୍ୱିଟ କରାଯାଇ କୁହାଯାଇଛି ।

Leave A Reply

Your email address will not be published.