Latest Odisha News

BREAKING NEWS

ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଂଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି)ରେ କରୋନା ଟେଷ୍ଟ ଉପଲବ୍ଧ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, “ପ୍ରଥମେ ଓଡିଶାରେ କରୋନା ଟେଷ୍ଟ ହୋଇ ପାରୁନଥିଲା । କରୋନା ଟେଷ୍ଟ ପାଇଁ ନମୂନା ଗୁଡିକୁ ପୁଣେ ଓ କୋଲକାତାକୁ ପଠାଯାଉଥିଲା । କିନ୍ତୁ ଏବେ ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ ସଂଗୃହିତ ୨ଟି ନମୂନା ଆରଏମଆରସିରେ ପରୀକ୍ଷା ହୋଇଛି । ପରୀକ୍ଷା ପରେ ୨ଟି ରିପୋର୍ଟ ନେଗେଟିଭ ଆସିଛି ।”

Leave A Reply

Your email address will not be published.