ସଦ୍ଗୁରୁ ଜାଗି ବାସୁଦେବ ଏବଂ ହଲିଉଡ୍ ତାରକା ୱିଲ୍ ସ୍ମିଥ୍ଙ୍କ ସ୍ୱତନ୍ତ୍ର ସାକ୍ଷାତକାର ବେଳର ଫଟୋ ଭାଇରାଲ୍
ନୂଆଦିଲ୍ଲୀ: ହଲିଉଡ୍ର ଜଗତର ଭାରତ ପ୍ରେମ ଅନେକ ସମୟରେ ଦେଖିବାକୁ ମିଳିଥାଏ। ହଲିଉଡ୍ର ଅନେକ ବଡ ତାରକା ଭାରତକୁ ଆସି ଏଠାରେ ଭାରତୀୟ ପରମ୍ପରା ସହିତ ଯୋଡି ହୋଇଛନ୍ତି। ତେବେ ନିକଟରେ ସେହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।
ବାସ୍ତବରେ, ହଲିଉଡ୍ ତାରକା ୱିଲ୍ ସ୍ମିଥ୍ ଇଶା ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଦ୍ଗୁରୁ ଜାଗି ବାସୁଦେବଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଏହି ଫଟୋଗୁଡ଼ିକ ସଦ୍ଗୁରୁ ଜାଗି ବାସୁଦେବ ମହାରାଜ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକୁ ସେୟାର କରି ସେ ଲେଖିଛନ୍ତି, ‘ ୱିଲ୍, ତୁମ ସହିତ ଏବଂ ତୁମ ପରିବାର ସହିତ ସମୟ ଅତିବାହିତ କରି ବହୁତ ଭଲ ଲାଗିଲା। ମୁଁ ଆଶା କରେ ଧର୍ମ ତୁମର ସର୍ବଦା ମାର୍ଗଦର୍ଶନ କରାଇବ। ସୋସିଆଲ ମିଡିଆରେ ଫଟୋଗୁଡିକ ବହୁତ ପସନ୍ଦ ମଧ୍ୟ କରାଯାଉଛି।
Comments are closed.