Latest Odisha News

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

ରାଉରକେଲା : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ ‘ସୁନାଫୁଲ ସାହିତ୍ୟ ସଂସଦ’ ପକ୍ଷରୁ ଅନଲାଇନ ମାଧ୍ୟମରେ ‘ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା’ ଶୀର୍ଷକରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ରରେ ଯୁବ ଆର୍ଯ୍ୟ ସମାଜ ଓ ଦୟାନନ୍ଦ ଆଦର୍ଶ ଗୁରୁକୂଳର ପ୍ରତିଷ୍ଠାତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ।

ମନୁଷ୍ୟ ଜୀବନ କାଳରେ ଷୋହଳଟି ସଂସ୍କାର କାର୍ଯ୍ୟ ଯଥା ଗର୍ଭାଧାନ, ପୁଂସବନ, ସୀମାନତେୟନ ଜାତକର୍ମ ନାମକରଣ ନିଷ୍କ୍ରିମଣ, ଅନ୍ନପ୍ରାସନ୍ନ, ଚୂଡ଼ାକର୍ମ କର୍ଣ୍ଣବେଧ ବେଦାରମ୍ଭ , ସମାବର୍ତ୍ତନ, ବିବାହ, ବାନପ୍ରସ୍ଥ , ସନ୍ୟାସ ଓ ଅନ୍ତେଷ୍ଟି ଆଦି କରିଥାଏ। ହିନ୍ଦୁ ଧର୍ମରେ ଶବକୁ ପୋଡ଼ି ଦେବାକୁ ପ୍ରାଧାନ୍ୟ ଦିଆଯାଇଥାଏ। ବର୍ତ୍ତମାନ ସମୟରେ ଅମ୍ଳଜାନ ଅଭାବରୁ ବହୁ ବ୍ୟକ୍ତି ମୃତ୍ୟୁ ମୁଖରେ ପଡୁଛନ୍ତି ଏବଂ ଏଥିପାଇଁ ମନୁଷ୍ୟର ଅବିଚାରିତ ମନ ଓ କାର୍ଯ୍ୟ ଦାୟୀ ବୋଲି ପଣ୍ଡିତ ବିରେନ୍ଦ୍ର ପଣ୍ଡା ମତ ରଖିଥିଲେ। ଏହାସହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିଙ୍କର ଅନେକ ଆଧ୍ୟାତ୍ମିକ ପ୍ରଶ୍ନର ଉତ୍ତର ମଧ୍ୟ ଶ୍ରୀ ପଣ୍ଡା ରଖିଥିଲେ।

ଏହି ଅବସରରେ ରାଜୀବ ପାଣି , ରଶ୍ମୀବାଲା ରାଉତରାୟ , ରାଜଶ୍ରୀ ପଟ୍ଟନାୟକ , ମଞ୍ଜୁଳା କୁମାରୀ ରଥ, ଶର୍ମିଷ୍ଠା କବି ଶତପଥୀ, ଶଶଧର ପଣ୍ଡା, ସ୍ନିଗ୍ଧା ସାମନ୍ତରାୟ , ଉମାକାନ୍ତ ପଣ୍ଡା , ଅଭିରାମ ସାହୁ , ନିର୍ମଳ ଚନ୍ଦ୍ର ମହାନ୍ତି , ଗୀତାଞ୍ଜଳୀ ପତ୍ରୀ, ଗାୟତ୍ରୀ ବେହୁରା , ସ୍ମୃତି ରଞ୍ଜନ ତ୍ରିପାଠୀ, ଦୀନବନ୍ଧୁ ପୋଇ ସଫଳା ଦାସ , ସୁଧୀର ମିଶ୍ର, ସୁରେନ୍ଦ୍ର ନାଥ ତ୍ରିପାଠୀ , ତ୍ରିନାଥ ପଟ୍ଟନାୟକ, ହରିହର ଶତପଥି ଓ ବିଜୟ ବରାଳ ପ୍ରମୁଖ ଯୋଗ ଦେଇଥିଲେ।

ନିରୂପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ମହାନ୍ତି ମନ୍ତ୍ରପାଠ କରିଥିଲେ ଏବଂ ସୁନୀଲ କୁମାର ମହାନ୍ତି ସମ୍ପାଦକୀୟ ବକ୍ତବ୍ୟ ରଖିଥିବା ବେଳେ ନିରଞ୍ଜନ କରଣ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.