Latest Odisha News

BREAKING NEWS

କାବୁଲ ଏୟାର ଷ୍ଟ୍ରାଇକ୍ ପାଇଁ କୌଣସି ଆମେରିକୀୟ ସୈନିକଙ୍କୁ ମିଳିବନି ଦଣ୍ଡ

ନୂଆଦିଲ୍ଲୀ: କାବୁଲର ଏୟାର ଷ୍ଟ୍ରାଇକ୍ ପାଇଁ କୌଣସି ଆମେରିକୀୟ ସୈନିକ ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆମେରିକା କହିଛି। ସୂଚନା ଅନୁଯାୟୀ ଏହି ଡ୍ରୋନ୍ ଏୟାର ଷ୍ଟ୍ରାଇକ୍‌ରେ ୧୦ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନ କାବୁଲକୁ ଦଖଲ କରିବାର କିଛି ଦିନ ପରେ ୨୯ ଅଗଷ୍ଟ ୨୦୨୧ରେ ଏହି ଦୁର୍ଘଟଣା ଘଟିଥିଲା।

BjdElectrycity

ପେଣ୍ଟାଗନ୍ ମୁଖପାତ୍ର କହିଛନ୍ତି ଯେ ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏୟାର ଷ୍ଟ୍ରାଇକର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ରିପୋର୍ଟ ଗ୍ରହଣ କରିଛନ୍ତି ଯାହା ଉତ୍ତରଦାୟିତ୍ୱକୁ ସୁପାରିଶ କରୁନାହିଁ। ସେପ୍ଟେମ୍ବରରେ ଆମେରିକା ସ୍ୱୀକାର କରିଛି ଯେ ଡ୍ରୋନ୍ ଷ୍ଟ୍ରାଇକ୍‌ରେ ୭ ଜଣ ଶିଶୁଙ୍କ ସମେତ ୧୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।

ଏୟାର ଷ୍ଟ୍ରାଇକର ଉଚ୍ଚ ସ୍ତରୀୟ ତଦନ୍ତରେ କୌଣସି ଆଇନର ଉଲ୍ଲଂଘନ କରାଯାଇ ନାହିଁ। କିନ୍ତୁ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିବାକୁ ବାରଣ କରାଯାଇଥିଲା। ଏପରି ନିଷ୍ପତ୍ତି କମାଣ୍ଡୋମାନଙ୍କୁ ଛାଡି ଦିଆଯିବା ଉଚିତ ବୋଲି କୁହାଯାଇଥିଲା। ଏହା ପରେ ଦୁଇଜଣ ବରିଷ୍ଠ କମାଣ୍ଡୋ କାହାକୁ ଦଣ୍ଡ ନଦେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଅନୁସନ୍ଧାନ କମିଟି ଏହି ଆକ୍ରମଣ ପାଇଁ ଦାୟୀ ସମସ୍ତ ଆମେରିକୀୟ ସୈନିକ ଏବଂ ଅଧିକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.