ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । କରୋନାର ସେଠାରେ ତୃତୀୟ ପର୍ଯ୍ୟାୟ ଲହର ଚାଲିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଜରୁରୀ ବୈଠକ ଡକାଇଛନ୍ତି ।
ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବଂ ଉପରାଜ୍ୟପାଳ ଅନିଲ ବୈଜଲ ଉପସ୍ଥିତ ରହିବେ। ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି। ଗୃହମନ୍ତ୍ରୀଙ୍କ ଉତ୍ତର ବ୍ଲକସ୍ଥିତ କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜନ କରାଯାଇଛି। ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଅମିତ ଶାହା ଚିନ୍ତା ପ୍ରକଟ କରିଛନ୍ତି ବୋଲି କୁହାଯାଉଛି।
ଦିଲ୍ଲୀରେ କରୋନା ଭୂତାଣୁ ସ୍ଥିତିକୁ ନେଇ ଗତ କିଛି ମାସ ହେଲା ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକାଧିକ ଥର ସାକ୍ଷାତ୍ କରି ଆଲୋଚନା କରିସାରିଲେଣି।
Comments are closed.