Latest Odisha News

BREAKING NEWS

ବୁଲା କୁକୁରଙ୍କୁ ଆଶ୍ରୟ ଯୋଗାଇ ଦେଉଛନ୍ତି ଏହି ବାସହୀନ ବ୍ୟକ୍ତି; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା ବିଭାଗର ଅଧିକାରୀ ସୁଶାନ୍ତ ନନ୍ଦା ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ବାସହୀନ ବ୍ୟକ୍ତି ଦୁଇଟି ବୁଲା କୁକୁରଙ୍କୁ ଶୀତରୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଆଶ୍ରୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତିଙ୍କ ଏଭଳି ଦୟାଳୁ କାର୍ଯ୍ୟ ନିଶ୍ଚୟ ଆପଣଙ୍କୁ ଭାବପ୍ରବଣ କରିବ।

ଫଟୋରେ, ବ୍ୟକ୍ତି ଜଣକ ଏକ ପାର୍କ ବାହାରେ ଏକ ଫୁଟପାଥରେ ବସିଛନ୍ତି ଏବଂ ଦୁଇଟି କୁକୁର ତାଙ୍କ ପାଖରେ ଥିବା ଏକ ଶେଟ ଉପରେ ଶୋଇଥିବାର ଦେଖିବାକୁ ମିଳିଛି। ଏହାସହିତ ବ୍ୟକ୍ତି ଜଣକ କୁକୁରଙ୍କୁ ଏକ କପଡ଼ାରେ ଘୋଡାଇ ଦେଇଥିବା ମଧ୍ୟ ନଜର ଆସିଛି। ଏଥିସହିତ ଖାଦ୍ୟ ଏବଂ ଜଳକୁ ସେମାନଙ୍କ ଶଯ୍ୟା ନିକଟରେ ପ୍ଲାଷ୍ଟିକ୍ ପାତ୍ରରେ ରଖାଯାଇଥିବା ଦେଖାଯାଇଛି।

କୁକୁରଗୁଡିକ ଶୋଇ ରହିଥିବା ବେଳେ ସେହି ବ୍ୟକ୍ତି ଜଣକ ସେମାନଙ୍କୁ ଜଗି ରହିଛନ୍ତି। ପୋଷ୍ଟର କ୍ୟାପସନରେ ସୁଶାନ୍ତ ନନ୍ଦା କହିଛନ୍ତି, “ଯେଉଁମାନଙ୍କ ପାଖରେ କମ୍ ଅଛି, ସେମାନେ ଅଧିକ ଦିଅନ୍ତି।

ସୁଶାନ୍ତ ନନ୍ଦାଙ୍କ ଏହି ପୋଷ୍ଟରେ ପ୍ରାୟ ୧୦୦୦ ହଜାର ଲାଇକ ଗ୍ରହଣ କରିଛି।

 

Leave A Reply

Your email address will not be published.