Latest Odisha News

ଗୋଟିଏ ଗାଁରୁ ୭ ଦିନରେ ୨୪ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସୁପାରିସ୍

ଅନୁଗୁଳ: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୨ ଅଙ୍କ ପାର୍ କଲାଣି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି ପାଲଲହଡ଼ା ବ୍ଲକ ଈଶ୍ୱର ନଗର ପଞ୍ଚାୟତ ବଡ଼ଝାର ଗାଁ । ଗତ ୨୩ତାରିଖରୁ ୩୦ ତାରିଖ ସପ୍ତାହକ ମଧ୍ୟରେ ଗାଁରୁ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୭ ଦିନ ମଧ୍ୟରେ ୨୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ଗ୍ରାମବାସୀ ଗାଁକୁ ସିଲ୍ କରି ଦେଇଛନ୍ତି । ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ନେଇ ସ୍ଥାନୀୟ ପ୍ରଶାସହ, ସରପଞ୍ଚଙ୍କ ସହ ପାଲଲହଡ଼ା ଉପଜିଲ୍ଲାପାଳ ଅଜିତ୍ ପ୍ରଧାନ ଆଲୋଚନା କରିବା ସହ ସୁପାରିସ୍ କରିଛନ୍ତି ।

ପାଲଲହଡ଼ା ସହରକୁ ଲାଗି ରହିଥିବା ବଡ଼ଝାର ଗାଁରୁ ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲାରେ ଏଯାବତ୍ ୧୧ ହଜାର ୫୮୧ ଜଣ ସଂକ୍ରମିତି ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୪୯୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ୩୦ ତାରିଖ ସୁଦ୍ଧା ୫୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.