Latest Odisha News

BREAKING NEWS

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ । ବ୍ୟବସାୟୀ ଫେରିପାଇଲେ ନିଜ ହଜିଯାଇଥିବା ଜିନିଷ । ଅଟୋ ଡ୍ରାଇଭରଙ୍କ ସାଧୁତା ପାଇଁ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ସୂଚନା ଅନୁସାରେ, ବାରିପଦା ସହରର ଜଣେ ଯୁବ ବ୍ୟବସାୟୀ ବିକାଶ ଖଣ୍ଡେଲୱାଲ ତାଙ୍କ ଧର୍ମପତ୍ନୀଙ୍କ ସହ କଲିକତାରୁ ବସଯୋଗେ ବାରିପଦାକୁ ରାତିରେ ଫେରିଥିଲେ । ବାରିପଦା କଲିକତା ବସଷ୍ଟାଣ୍ଡରୁ ଅଟୋ ଯୋଗେ ୬ନମ୍ବର ୱାର୍ଡ଼ରେ ଥିବା ନିଜ ଘରକୁ ଫେରିଥିଲେ । ହେଲେ ତରବରିଆଭାବେ ଘରେ ଦମ୍ପତ୍ତି ଦୁହେଁ ଓହ୍ଲାଇଯାଇଥିଲେ । ସେହି ସମୟରେ ନିଜ ମୂଲ୍ୟବାନ ଜିନିଷ ଥିବା ଭ୍ୟାନିଟି ବ୍ୟାଗଟିକୁ ଅଟୋରେ ଛାଡ଼ି ଦେଇଥିଲେ ।

ଅଟୋ ଡ୍ରାଇଭର ଚକ୍ରଧର ପୃଷ୍ଟି ଅଟୋରେ ଭ୍ୟାନିଟି ବ୍ୟାଗଟିକୁ ଦେଖି ବିକାଶଙ୍କ ଘରକୁ ଯାଇ ବ୍ୟାଗଟିକୁ ଫେରାଇ ଦେଇଥିଲେ । ବ୍ୟାଗରେ ଥିବା ପରିଚୟ ପତ୍ର, ଦୁଇଟି ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ବ୍ୟବସାୟୀ ଫେରିପାଇଥିଲେ । ବିକାଶ ଖୁସିରେ କିଛି ଅର୍ଥ ଚକ୍ରଧରଙ୍କୁ ଦେବା ପାଇଁ କହିଥିଲେ । ହେଲେ ଚକ୍ରଧର ଅର୍ଥ ନେବାକୁ ମନା କରିଥିଲେ । ଏଥିପ୍ରତି ତାଙ୍କର ଲୋଭ ନଥିବା କହିବା ସହ ସେ ତାଙ୍କର କର୍ତ୍ତବ୍ୟ କରିଛନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.