Latest Odisha News

BREAKING NEWS

ନାଇଟ୍ କର୍ଫ୍ୟୁରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗିବ କଟକଣା ।

BjdElectrycity

ଟ୍ୱିନସିଟିରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ରାତିସାରା ପୋଲିସ ପଇଁତରା ମାରିବେ । ଏହି ନିୟମ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନିୟମ ଭାଙ୍ଗିଲେ ବା ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ନାଇଟ୍ କର୍ଫ୍ୟୁ ପାଇଁ ଟ୍ୱିନସିଟିରେ ମୁତୟନ ହେବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଅଫିସର । ଦୋକାନ, ମଲ, ହୋଟେଲ, ରେଷ୍ଟୁରାଣ୍ଟ, ବଜାର ଆଦି ବନ୍ଦ ରହିବ । ଦୋକାନ, ମଲ ଓ ହେଟେଲ ମାଲିକଙ୍କ ଦାୟିତ୍ୱ କୋଭିଡ ନିୟମ ପାଳନ କରିବା । ନିୟମ ଭଙ୍ଗ ହେଲେ ଦୋକାନ ସିଲ୍ ହେବ ।

Leave A Reply

Your email address will not be published.