Latest Odisha News

BREAKING NEWS

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଅର୍ଚ୍ଚାନଙ୍କୁ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନି ମିଳିଲା । ତେବେ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନ ଯିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି,  ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ  ନୟାପଲ୍ଲୀ ଥାନାରେ  ବ୍ଲାକମେଲିଂ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ପୋଲିସ  ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା  । ଏଠି କହିରଖିବୁ, ଅର୍ଚ୍ଚନାଙ୍କ ବିରୋଧରେ ୩ଟି ମାମଲା ରହିଛି । ସେଥରୁ ଗୋଟିଏରେ ଆଜି ତାଙ୍କୁ ଜାମିନ ମିଳିଛି ।  ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କୁ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଗିରଫ କରିଥିଲା । ତା ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ମଧ୍ୟ ଇଡି ଗିରଫ କରଥିଲା । ପରେ ତାଙ୍କର ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ଗତ ମାର୍ଚ୍ଚ ୧୫ ତାରିଖରେ ଜଗବନ୍ଧୁଙ୍କୁ ଖଣ୍ଡଗରି ଥାନାରେ ଶ୍ରଦ୍ଧାଞ୍ଜଳି ମାମଲାରେ ହାଇକୋର୍ଟରୁ ଜାମିନି ପାଇଥିଲେ । ହେଲେ ଏ ଯାଏ ଜେଲରୁ ବାହାରି ପାରିନାହାନ୍ତି ।

 

Leave A Reply

Your email address will not be published.