Latest Odisha News

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତ୍ତି; ଫ୍ରଣ୍ଟ-ଟୁ-ଫ୍ରଣ୍ଟ ଜେରା ପାଇଁ ଇଡି ପ୍ରସ୍ତୁତ

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ସରିଛି । ପୁଣି ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି କୋର୍ଟଙ୍କୁ ନିବେଦନ କରିବ । ହନିଟ୍ରାପ, ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି ।

ବ୍ଲାକମେଲ୍ ମାମଲାର ଖିଅ ଖୋଜୁଛି ଇଡି । ହେଲେ କୌଣସି ଠୋସ୍ ପ୍ରମାଣ ପାଉନି । ଯେଉଥି ପାଇଁ ବାରମ୍ବାର ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ସମନ୍ ପଠାଇ ଇଡି ଅଫିସକୁ ଡକାଯାଉଛି । ଜେରା ପରେ ଜେରା ।

ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ବି ଯେଉଁ ତୋଡ଼ରେ ସବୁ ଓଗାଳିବେ ବୋଲି କହିଥିଲେ, ଶେଷରେ ମୁହଁରେ ତାଲା ପକାଇ ଚୁପ୍ ବସିଛନ୍ତି । ଇଡିକୁ ଜେରାରେ ସହଯୋଗ କରୁନାହାଁନ୍ତି । ତାଙ୍କର ଏହି ରହସ୍ୟମୟ ତଥା ସସପେନ୍ସକୁ ବୁଝିପାରୁନି ଇଡି ।

ତଦନ୍ତରେ ବିଳମ୍ୱ ହେଉଥିବାରୁ ଇଡି ପୁଣି ଥରେ ଆଜି ତାଙ୍କ ରିମାଣ୍ଡ ଅବଧି ବଢାଇବାକୁ ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିବ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ପ୍ରସ୍ତୁତ ରହିଛି ଇଡି । ତେବେ କୋର୍ଟ ସେମାନଙ୍କୁ କେତେ ଦିନର ରିମାଣ୍ଡ ଦେଉଛନ୍ତି, ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.