Latest Odisha News

BREAKING NEWS

ଫ୍ରିଜ୍ ଭିତରେ ଥିବା ସୁପରୁ ମିଳିଲା ମଡେଲଙ୍କ କଟା ଅଙ୍ଗ

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହ ଯାହା ଘଟିଛି ତାହା ଜାଣିଲା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଏହି ମଡେଲର ନାମ ଥିଲା ଏବି ଚୋଇ । ଯାହାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଡେଲକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ଫ୍ରିଜରେ ଗୋଡ ମିଳିଥିବା ବେଳେ ପୋଲିସ ମୃତଦେହକୁ ଏପର୍ଯ୍ୟନ୍ତ ପାଇ ନାହିଁ।  ତେବେ ଏହି ଘଟଣା ପରେ ପୋଲିସ ଚୋଇଙ୍କ ପୂର୍ବ ସ୍ୱାମୀ ଓ ତାଙ୍କ କିଛି ସଂପର୍କୀୟଙ୍କ ନାମରେ ଏତଲା ରୁଜୁ କରି ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

ଘଟଣାଟି ହେଉଛି, ଫ୍ରିଜରେ ରଖା ଯାଇଥିବା ଏକ ସୁପ୍‌ ପାତ୍ର ଭିତରୁ ମହିଳାଙ୍କ ଶରୀର ଅଙ୍ଗ ମିଳିଥିଲା। ତେବେ ହଙ୍ଗକଙ୍ଗର ଏହି ମଡେଲଙ୍କୁ ତାଙ୍କ ପୂର୍ବ ଶଶୁର ‌ଓ ବଡ଼ ଶଶୁର ମିଳିତ ଷଡ଼ଯନ୍ତ୍ରରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମଡେଲ୍‌ ଜଣକ ଗତ କିଛି ଦିନ ହଠାତ୍ ନିଖୋଜ ଥିଲେ। ସେ କୁଆଡ଼େ ଯାଇଥିଲେ ତାହା କାହାକୁ ବି ଜଣାନଥିଲା।

ପୋଲିସ୍ ଏକ ଗ୍ରାମରେ ଜଣକ ଘର ଫ୍ରିଜ୍‌ରୁ ମହିଳାଙ୍କ ଶରୀରର ଏକ ଅଙ୍ଗକୁ ଉଦ୍ଧାର କରିବା ପରେ ଏହି ଘଟଣା ଚାରିଆଡ଼େ ପ୍ରଘଟ ହୋଇଥିଲା। ପରେ ସେହି ଘରୁ ମଡେଲ୍‌ଙ୍କ ପ୍ରମାଣପତ୍ର ମିଳିବା ପରେ ପୋଲିସ୍‌ ନିଶ୍ଚିତ ହୋଇଥିଲା।

Comments are closed.