Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୧୯-୭-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ୨୦୨୦ ମସିହା ଜୁଲାଇ ତା ୧୯ ରିଖ ରବିବାର କର୍କଟ ୪ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର:-ମେଷ ରାଶିର
ଘାତ ଚନ୍ଦ୍ର :-କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶିର ମହିଳା ଙ୍କର
ଆଜି -ଶିବୋପାସ ବେଢା ପରିକ୍ରମା
ନିଷେଧ ଖାଦ୍ୟ :-ବିରି ଦ୍ରବ୍ୟ ଖାଇବା ନିଷେଧ

ମେଷ

ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବୃଷ

କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେବ ।

ମିଥୁନ
ଆଜି ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ପୂର୍ବ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ହେବ । ବାଣିଜ୍ୟ, ପରିବହନରେ ସମସ୍ୟା ଦେଖାଦେଇପାରେ।

କର୍କଟ
ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବ । ସମସ୍ତ ପ୍ରକାରର ଘାତ ଓ ପ୍ରତିଘାତ ଦୂରେଇ ଯିବ । ପାରିବାରିକ ଜୀବନ ସୁଖମୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।

ସିଂହ
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ଉଚ୍ଚ ପଦସ୍ଥବ୍ୟକ୍ତିମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିବେ । କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକ ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କନ୍ୟା
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବ । ଗୃହ, ଭୂମି, ଯାନ ବାହନ ଲାଭ କରିବେ ।

ତୁଳା
କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସନୀୟ ହେବେ। ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରାରେ ସଫଳତା ମିଳିବ ।

ବିଛା

ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍ ଭାବେ କାର‌୍ୟ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସିର ଆସର ଜମିପାରେ । ପାରିବାରିକ ସମର୍ଥନ ଆପଣଙ୍କୁ ବିଜୟ କରାଇବ ।

ଧନୁ

ଅସାବଧନତା କାରଣରୁ ଧନହାନିର ଆଶଙ୍କା ଦେଖାଦେବ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହେବ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର

ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତିତ୍ବ ଅର୍ଜନ କରିବେ । ମହିଳାମାନେ ନିଜ ପରିବାରରେ ଆଦରଣୀୟ ହେବେ । ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ।

କୁମ୍ଭ

ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ । ଅପରାହ୍ନରେ ଶୁଭ ଖବର ପାଇବେ ।

ମୀନ
କାର୍ଯ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ମିଳିବ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.