Latest Odisha News

BREAKING NEWS

ମହାରାଷ୍ଟ୍ରରେ ୩ ଲକ୍ଷ ଟପିଲା କରୋନ୍ କେସ୍, ମୁମ୍ୱାଇରେ ଲକ୍ଷେ

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ୩ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି ।

ଶୁକ୍ରବାର ଅପେକ୍ଷା ଶନିବାର ମହାରାଷ୍ଟ୍ରରୁ ଅଧିକ ପଜିଟିଭ୍ କେସ୍ ଆସିଛି । ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୪୪ ଜଣଙ୍କର ଜୀବନ ନେଇଛି କରୋନା । ଏହାସହ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୧ ହଜାର ୫୧୬କୁ ବଢ଼ିଛି ।

ମୁମ୍ବାଇରେ ସଂକ୍ରମଣ ଅଧିକ । କେବଳ ମୁମ୍ୱାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ଯାଇଛି । ଗତ ୨୪ ଘଣ୍ଟାରେ ମୁମ୍ୱାଇରୁ ବାହାରିଛି ୧ ହଜାର ୧୮୬ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫୦ । କେବଳ ମୁମ୍ୱାଇରେ ମୃତ୍ୟୁବରଣ କଲେଣି ୫ ହଜାର ୬୫୦ ଆକ୍ରାନ୍ତ ।

Leave A Reply

Your email address will not be published.