Latest Odisha News

BREAKING NEWS

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  ।

କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର) ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ। ସାଂସଦ  ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ।

ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.