ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ ଗୋପାଳପୁର ପୁଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଗୁରୁତର ଆହାତ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନେ ହେଲେ ଦେବରାଜ ନାୟକ ଏବଂ ତାଙ୍କ ସାନ ପୁଅ ଅଶୋକ ନାୟକ ବୋଲି ସୂଚନା ମିଳିଛି । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବା ଯୋଗୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବରାଜ ଓ ତାଙ୍କ ଦୁଇ ପୁଅ ଦୈତାରୀ ଓ ଅଶୋକ ବ୍ରହ୍ମପୁର ଏକ ଗ୍ୟାସ ଏଜେନସିସରୁ ଗ୍ୟାସ ଆଣି ଗ୍ରାହକଙ୍କୁ ବିତରଣ କରିଥାନ୍ତି । ଏଥିରେ ଉଭୟ କର୍ମସିଆଲ୍ ଏବଂ ଡୋମେଷ୍ଟିକ ଗ୍ୟାସ୍ ସିଲିଣ୍ଡର ରହିଛି । ଅନ୍ୟ ଦିନ ଭଳି ଗୁରୁବାର ଦୈତାରୀ ଓ ଅଶୋକ ଗ୍ୟାସ ହାଣ୍ଡି ଡେଲିଭରି ଦେବାକୁ ଯାଉଥିବା ବେଳେ ଗାଡ଼ିଟି ଖରାପ ହୋଇଯାଇଥିଲା । ଏଣୁ ନିଜ ଘରକୁ ସିଲିଣ୍ଡରଗୁଡ଼ିକ ଆଣି ରଖି ଦେଇଥିଲେ । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ ଟାବେଳେ କୌଣସି କାରଣରୁ ଗ୍ୟାସ ବିସ୍ଫୋରଣ ହୋଇଯାଇଥିଲା । ବିସ୍ଫୋରଣରେ ଘରର କାନ୍ଥ ଭୁଶୁଡ଼ି ଯାଇଥିଲା । ଦେବରାଜ ଏବଂ ଅଶୋକ ନିଆଁରେ ଜଳି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଏହି ବିସ୍ଫୋରଣ ପରେ ପୁଲିସ ତରଫରୁ ଘର ଭିତରେ ଥିବା ୬୬ଟି ଡୋମେଷ୍ଟିକ ଏବଂ କର୍ମସିଆଲ୍ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି । ଘଟଣା ସ୍ଥଳରେ ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଗ୍ୟାସ ଡେଲିଭରି ଗାଡ଼ିକୁ ଜବତ କରିଛନ୍ତି । ବଡ଼ ପୁଅ ଦୈତାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏ ନେଇ ଗୋପାଳପୁର ଥାନାରେ ୧୩୫/୨୨ରେ ଏକ ମାମଲା ରୁଜୁ ହୋଇଛି । ତେବେ ଦେବରାଜ ଗ୍ୟାସ ବିତରଣ ପାଇଁ ଆଣିଥିଲେ ନା’ ନିଜେ ଘରେ ରଖି ତାକୁ ଅବାଧରେ ବିକ୍ରି କରୁଥିଲେ, ସେନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।
BREAKING NEWS
- Arms consignment seized:ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ; ପାକ୍ ଡ୍ରୋନ ଦ୍ୱାରା ଆସିଥିବା ଅସ୍ତ୍ରଶସ୍ତ୍ର ଜବତ
- କୋଚ ଜନ ଜେଲେଞ୍ଜିଙ୍କ ସହ ସମ୍ପର୍କ ଚ୍ଛିନ୍ନ କଲେ ନୀରଜ ଚୋପ୍ରା
- ସମୁଦ୍ରରେ ଆଉ କୌଣସି ନାପାକ୍ କାର୍ଯ୍ୟ କରିପାରିବେନି ଶତୃ ଦେଶ, ଏହି ଠାରେ ନୂଆ ବେସ୍ ନିର୍ମାଣ କରୁଛି ନୌସେନା..
- ସମ୍ବଲପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ ପୂର୍ବରୁ ରିଷଭ ପନ୍ତ ଆଘାତପ୍ରାପ୍ତ
- Naveen Patnaik: ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ; ‘ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି’
- School Dropouts: ସ୍କୁଲ ଡ୍ରପ୍ଆଉଟ୍ ରୋକିବାକୁ ଏହି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର
- ଟି୨୦ ବିଶ୍ୱକପ ଟିମରେ ଚୟନ ନ ହେବା ପରେ କଣ କହିଲେ ଶୁଭମନ ଗିଲ
- Doval To Youth: “ଇତିହାସ ଆମକୁ ଚ୍ୟାଲେଞ୍ଜ କରେ, ଆମକୁ ପ୍ରତିଶୋଧ ନେବାକୁ ପଡିବ…”, ଦେଶର ଯୁବପିଢ଼ିଙ୍କ ମଧ୍ୟରେ ହୁଙ୍କାର ଭରିଲେ NSA ଡୋଭାଲ
- ବଜାରକୁ ଆସିଲା ଡିଜିଟାଲ ନେଲ୍: ୫ ସେକେଣ୍ଡରେ ବଦଳିଯିବ ନଖର ରଙ୍ଗ ଓ ଡିଜାଇନ୍
Comments are closed.