ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ ଗୋପାଳପୁର ପୁଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଗୁରୁତର ଆହାତ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନେ ହେଲେ ଦେବରାଜ ନାୟକ ଏବଂ ତାଙ୍କ ସାନ ପୁଅ ଅଶୋକ ନାୟକ ବୋଲି ସୂଚନା ମିଳିଛି । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବା ଯୋଗୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବରାଜ ଓ ତାଙ୍କ ଦୁଇ ପୁଅ ଦୈତାରୀ ଓ ଅଶୋକ ବ୍ରହ୍ମପୁର ଏକ ଗ୍ୟାସ ଏଜେନସିସରୁ ଗ୍ୟାସ ଆଣି ଗ୍ରାହକଙ୍କୁ ବିତରଣ କରିଥାନ୍ତି । ଏଥିରେ ଉଭୟ କର୍ମସିଆଲ୍ ଏବଂ ଡୋମେଷ୍ଟିକ ଗ୍ୟାସ୍ ସିଲିଣ୍ଡର ରହିଛି । ଅନ୍ୟ ଦିନ ଭଳି ଗୁରୁବାର ଦୈତାରୀ ଓ ଅଶୋକ ଗ୍ୟାସ ହାଣ୍ଡି ଡେଲିଭରି ଦେବାକୁ ଯାଉଥିବା ବେଳେ ଗାଡ଼ିଟି ଖରାପ ହୋଇଯାଇଥିଲା । ଏଣୁ ନିଜ ଘରକୁ ସିଲିଣ୍ଡରଗୁଡ଼ିକ ଆଣି ରଖି ଦେଇଥିଲେ । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ ଟାବେଳେ କୌଣସି କାରଣରୁ ଗ୍ୟାସ ବିସ୍ଫୋରଣ ହୋଇଯାଇଥିଲା । ବିସ୍ଫୋରଣରେ ଘରର କାନ୍ଥ ଭୁଶୁଡ଼ି ଯାଇଥିଲା । ଦେବରାଜ ଏବଂ ଅଶୋକ ନିଆଁରେ ଜଳି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଏହି ବିସ୍ଫୋରଣ ପରେ ପୁଲିସ ତରଫରୁ ଘର ଭିତରେ ଥିବା ୬୬ଟି ଡୋମେଷ୍ଟିକ ଏବଂ କର୍ମସିଆଲ୍ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି । ଘଟଣା ସ୍ଥଳରେ ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଗ୍ୟାସ ଡେଲିଭରି ଗାଡ଼ିକୁ ଜବତ କରିଛନ୍ତି । ବଡ଼ ପୁଅ ଦୈତାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏ ନେଇ ଗୋପାଳପୁର ଥାନାରେ ୧୩୫/୨୨ରେ ଏକ ମାମଲା ରୁଜୁ ହୋଇଛି । ତେବେ ଦେବରାଜ ଗ୍ୟାସ ବିତରଣ ପାଇଁ ଆଣିଥିଲେ ନା’ ନିଜେ ଘରେ ରଖି ତାକୁ ଅବାଧରେ ବିକ୍ରି କରୁଥିଲେ, ସେନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.