ଭୁବନେଶ୍ୱର: କେବେ ସୁରୁଖୁରୁରେ ଚାଲିବ ଗୃହ? ଆଜିବି ବିରୋଧୀଙ୍କ ସମାନ ଆଭିମୁଖ୍ୟ। ଚଳାଇ ଦେଉନାହାଁନ୍ତି ଗୃହ। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲା ବିଜେଡ଼ି।ଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି।
ସେପଟେ କଂଗ୍ରେସ ମଧ୍ୟ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲା। ପ୍ରଶ୍ନକାଳକୁ ହିଁ ସମ୍ପୂର୍ଣ୍ଣ ବୟକଟ କରିଛି କଂଗ୍ରେସ । ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ହାତରେ କଳା ପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରୁଛି କଂଗ୍ରେସ।
ତେବେ ଆଜି ପ୍ରଶ୍ନକାଳ ଆରମ୍ଭରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ଜଳସେଚନ ଉପରେ ଗୃହରେ ଉତ୍ତର ରଖୁଥିଲେ । ଏହି ସମୟରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ । ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି । ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି।ପୋଲାଭରମ ପ୍ରସଙ୍ଗରେ ଆଲୋଚନା ଦାବିରେ ବିଜେଡି ଗୃହରେ ପ୍ରତିବାଦ କରିଥିଲା । ଶେଷରେ ବାଧ୍ୟ ହୋଇ ବାଚସ୍ପତି ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।
Comments are closed.