Latest Odisha News

BREAKING NEWS

କାଲିଠାରୁ ୩ ମେଡିକାଲର ୫୫୦ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଷ୍ଟାଇପେଣ୍ଡ ବୃଦ୍ଧି ଦାବି

କଟକ : ଆସନ୍ତାକାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ । ଏହାସହ ରାଜ୍ୟର ୩ଟି ମେଡିକାଲ କଲେଜର ହାଉସ ସର୍ଜନ ଆରମ୍ଭ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଏସସିବି ମେଡିକାଲ କଲେଜ ସମେତ ସମ୍ବଲପୁର, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ହାଉସ ସର୍ଜନ ସଙ୍ଘ ପକ୍ଷରୁ କଟକ ଏସସିବିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ କରିବାକୁ ଏସସିବି ହାଉସ ସର୍ଜନ ଧମକ ଦେଇଛନ୍ତି । ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ସରକାରଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଶେଷରେ ଏହି କାର୍ଯ୍ୟବନ୍ଦ ପନ୍ଥା ଆପଣେଇବାକୁ ବାଧ୍ୟ ହେଲେ ବୋଲି ସଂଘର ସଭାପତି ଦୀପକ କୁମାର ସାମଲ କହିଛନ୍ତି । 

ତେବେ ଜରୁରୀ ସେବା ଓ କୋଭିଡ ଡ୍ୟୁଟି ବନ୍ଦ ନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ହାଉସ ସର୍ଜନ ଜାନୁଆରୀ ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି । ପ୍ରତିବାଦ ସତ୍ତ୍ବେ ସରକାର ଦାବି ନ ଶୁଣିବାରୁ କାର୍ଯ୍ୟବନ୍ଦ ଧମକ ଦେଇଥିବା ଜଣାପଡିଛି । 

 

Comments are closed.