Latest Odisha News

BREAKING NEWS

ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ

ଭୁବନେଶ୍ୱର: ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢଉ କରାଯାଇଥିଲା । ଏଥି ସହ ବାପା ପୁଅଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ୬୦ ଦିନ ଭିତରେ ଚାର୍ଜ ସିଟ୍ ଦାଖଲ ହୋଇପାରିନ ଥିବାରୁ କୋର୍ଟ ଏହି ଜାମିନ ଦେଇଛନ୍ତି । କିନ୍ତୁ ଏହି ଜାମିନ ମିଳିଥିଲେ ବି ଏବେ ବି ଜେଲରୁ ମୁକୁଳି ପାରିବେନି ପାଠକ ବାପା ପୁଅ । କାରଣ ସେମାନଙ୍କ ବିରୋଧରେ ଚାଲିଥିବା କ୍ରାଇମବ୍ରାଞ୍ଚ କେସରେ ସେମାନଙ୍କୁ ଜାମିନ ମିଳିନାହିଁ ।

Leave A Reply

Your email address will not be published.