Latest Odisha News

BREAKING NEWS

ବ୍ରିଜ ଉପରୁ ତଳକୁ ଠେଲିଦେଲେ ମା’ଙ୍କ ପ୍ରେମିକ: ଜାଣନ୍ତୁ, ବୁଦ୍ଧି ବଳରେ କେମିତି ଜୀବନ ବଞ୍ଚାଇଲା କୁନିଝିଅ

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ୧୩ ବର୍ଷର ନାବାଳିକାଙ୍କୁ ତାଙ୍କ  ମା’ଙ୍କ ଲିଭ ଇନ୍ ପାର୍ଟନର  ବ୍ରିଜ ଉପରୁ ତଳକୁ ଠେଲି ଦେଲେ । ହେଲେ କୁନିଝିଅଟିର ସାହସ ଏବଂ ଧୈର୍ଯ୍ୟକୁ ଶତ ସଲାମ । ଝିଅଟି କିପରି ଜୀବନ ବଞ୍ଚାଇଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।  ମୃତ୍ୟୁର କରାଳ ରୂପ ଆଖି ସାମ୍ନାରେ ଦେଖୁଥିଲା । ତଳକୁ ଚାହିଁଲେ ଘନ ଅନ୍ଧାର ।  ତଥାପି ୧୩ ବର୍ଷର ବୁଦ୍ଧିମତୀ  ଝିଅଟି ଡରି ଯାଇ ନ ଥିଲା ।   ବଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଶେଷରେ ସଫଳ ମଧ୍ୟ ହୋଇଥିଲା ।

BjdElectrycity

ରବିବାର ତାଙ୍କ ମା’ ପୁପାଲା ସୁହାସିନି ଏବଂ ଭଉଣୀ ଜର୍ସିଙ୍କ ସହ କିରଥାନାଙ୍କୁ ଗୋଦାବରୀ ନଦୀ ବ୍ରିଜ ଉପରୁ  ଠେଲି ଦେଇଥିଲେ ତାଙ୍କ ମା’ଙ୍କ ଲିଭ ଇନ ପାର୍ଟନର । ହେଲେ କରିଥାନା ବ୍ରିଜରେ ଲାଗିଥିବା ଏକ ପ୍ଲାଷ୍ଟିକ୍ ପାଇପକୁ ଧରି ପକାଥିଲେ । ସେହି ପାଇପକୁ ଧରି ସେ ତାଙ୍କ ଜୀବନ ସଂଘର୍ଷ ଆରମ୍ଭ କରିଥିଲେ । ତାଙ୍କର ମନେ ପଡିଲା ପକେଟରେ ମୋବାଇଲ ଫୋନ ଅଛି  । ତୁରନ୍ତ ସେ ଫୋନ କାଢି  ସହାୟତା  ନିମନ୍ତେ ପୋଲିସର 100କୁ ଡାଏଲ୍ କରିଥିଲେ । ପୋଲିସ ଆସି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ହେଲେ ମା’ ଓ ତାଙ୍କର ଏକ ବର୍ଷର ଭଉଣୀ ଜର୍ସିଙ୍କର କୌଣସି ସନ୍ଧାନ ମିଳି ନାହିଁ ।

ଝିଅଟି ଉଦ୍ଧାର ହେବା ପରେ ପୋଲିସ୍ କୁ ଘଟଣାର ସତ୍ୟତା ବଖାଣିଛି । ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ହେଉଛନ୍ତି ଉଲାଭା ସୁରେଶ । ସେ ତାର ମା’ଙ୍କର ଲିଭିଂ ପାର୍ଟନର।  ଝିଅଟି କହିଛି, ‘ରବିବାର ସକାଳ ପ୍ରାୟ ୩ଟାରେ ସୁରେଶ ଆମକୁ ରାଜା ମହେନ୍ଦ୍ରଭାରାମକୁ ନେଇ ଯାଇଥିଲେ। ସେଠାରେ  ବ୍ରିଜ ଉପରେ କାର ରଖିଥିଲେ ।  ସେଲଫି ନେବା ପାଇଁ ସମସ୍ତଙ୍କୁ ବାହାରକୁ ଡାକିଥିଲେ । ହେଲେ ସେଲଫି ନେବା ବାହାନାରେ  ତିନିଜଣଙ୍କୁ ଗୋଦାବରୀ ନଦୀ ଭିତରକୁ ଠେଲି ଦେଇଥିଲେ। ଏହି ଘଟଣା ପରେ ପୋଲିସ୍ ଅଭିଯୁକ୍ତ ସୁରେଶକୁ ଗିରଫ କରିଛି ।

Leave A Reply

Your email address will not be published.