Latest Odisha News

BREAKING NEWS

ଓଜନ ମେସିନ ବାସ୍ତବରେ ଓଜନ ମାପେ ନା ଆଉ କିଛି ?

ଓଡ଼ିଶ ସମ୍ବାଦ ବ୍ୟୁରୋ: ଓଜନ ମେସିନରେ ସମସ୍ତେ ସାଧାରଣତଃ ଓଜନ ମାପିଥାନ୍ତି । ହେଲେ ସତରେ କ’ଣ ଏ ମେସିନ ଓଜନ ମାପିଥାଏ ? ନା ଆଉ କିଛି ?  ବାସ୍ତବରେ, ଓଜନ ମେସିନ୍ ଆପଣଙ୍କ ଓଜନ ମାପ କରେ ନାହିଁ, ଅନ୍ୟ କିଛି ମାପେ । ଏକଥା ଆମେ କହୁନୁ ।  ବିଜ୍ଞାନ କହୁଛି ।

BjdElectrycity

ଯେତେବେଳେ ତୁମେ ଏହା ଉପରେ ଛିଡା ହୁଅ, ଏଥିରେ ଦେଖାଉଥିବା ଓଜନ ମାପକୁ ତୁମେ ତୁମର ଓଜନ ବୋଲି ଧରିନିଅ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଓଜନ ମେସିନ୍ ବାସ୍ତବରେ ଆମର ଓଜନ ମାପେନାହିଁ ।

ବିଜ୍ଞାନ ଅନୁଯାୟୀ,  ପ୍ରତ୍ୟେକ କାର୍ଯ୍ୟର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି । ଯେତେବେଳେ ତୁମେ ଓଜନ ମେସିନ ଉପରେ ଛିଡା ହେଉଛ , ତୁମର ଓଜନ ତଳକୁ ଖସିବାକୁ ଲାଗେ । ଏହାର ବୀପରିତ ପ୍ରତିକ୍ରିୟା ଅନୁସାରେ ଓଜନ ଅନୁଯାୟୀ ଉପରକୁ କଣ୍ଟା ଉଠିଥାଏ ।  କହିବାକୁ ଗଲେ ଓଜନ ମେସିନ୍ ଏହି ପ୍ରତିକ୍ରିୟାକୁ ହିଁ ମାପ କରିଥାଏ ।

ଯେତେବେଳେ ଲିଫ୍ଟ ତଳକୁ ଆସେ, Rର ମୂଲ୍ୟ କମିଯାଏ । ଏପରି ପରିସ୍ଥିତିରେ, ଆପଣ ହାଲୁକା ଅନୁଭବ କରନ୍ତି ।    ଓଜନ ହ୍ରାସ ହେଲା ପରି ଅନୁଭବ ହୁଏ । ଏହି ସମୟରେ ମେସିନରେ ମଧ୍ୟ ଆପଣଙ୍କର ଓଜନ କମ ଆସିବ ।  ଯଦି ହଠାତ୍ ଲିଫ୍ଟର ତାର ଭାଙ୍ଗିଯାଏ ଏବଂ ଏହା ଖସିଯିବା ଆରମ୍ଭ କରେ, ତେବେ ଆପଣ ମଧ୍ୟ ଭାରହୀନତା ଅନୁଭବ କରିପାରନ୍ତି ।

ଓଜନ ମେସିନ୍  ପ୍ରକୃତରେ ଏହି  R କୁ ପଢିଥାଏ । ଯାହାକୁ ଆମେ ଓଜନ ଭାବରେ ବୁଝୁ । ସେହିଭଳି ଯଦି ଆପଣ ଏହି ଯନ୍ତ୍ରକୁ ଚନ୍ଦ୍ରକୁ ନେଇକି ଯିବେ , ତେବେ ସେଠାରେ ଆପଣ ଆପଣଙ୍କର ଓଜନ ହ୍ରାସ କରିବାରେ ସକ୍ଷମ ହେବେ ।

Leave A Reply

Your email address will not be published.