Latest Odisha News

BREAKING NEWS

ସଂସଦରେ ପହଞ୍ଚିଲା ଆନିମଲ୍ ଫିଲ୍ମ ବିବାଦ, ମୋ ଝିଅ ହଲ୍ ରୁ କାନ୍ଦି କାନ୍ଦି ବାହାରିଲା ବୋଲି କହିଲେ ମହିଳା ଏମପି

ବିବାଦ ଭିତରେ ଖେରି ହୋଇ ରହିଛି ରଣବୀର କପୁର ଓ ବବି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ଆନିମଲ୍ । ବର୍ତ୍ତମାନ ସଂସଦ ପର୍ଯ୍ୟନ୍ତ ପହଞ୍ଚିଲାଣି ଆନିମଲ୍ ଚଳଚ୍ଚିତ୍ର ବିବାଦ । ଏହାରି ଭିତରେ ସଂସଦରେ ନିଜର ରାୟ ରଖିଛନ୍ତି ଛତିଶଗଡ INC ସାଂସଦ ରଞ୍ଜିତ ରଞ୍ଜନ ।

ନୂଆଦିଲ୍ଲୀ: ବିବାଦ ଘେରରେ ଛନ୍ଦି ହେଉଛି ସନ୍ଦୀପ ବାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆନିମଲ୍ । ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ସମସ୍ତ ପ୍ରକାର ହିଂସା ଅତ୍ୟନ୍ତ ଭୟଭୀତ ଅଟେ । ଆକ୍ସନ୍, ଡ୍ରାମା, ଅପରାଧ, ନିବିଡ଼ତା, ସଂଳାପ ପରି ଅନେକ ଜିନିଷ ଏହି ଚଳଚ୍ଚିତ୍ରରେ ବିବାଦୀୟ ବୋଲି କୁହାଯାଉଛି | ଏହାକୁ ଦେଖି ଚଳଚ୍ଚିତ୍ର ‘ଆନିମଲ୍’ ବିବାଦ ଘେରି ରହିଛି ବୋଲି କହିବା ଭୁଲ୍ ହେବ ନାହିଁ । ଏହି ବିବାଦ ବର୍ତ୍ତମାନ ସଂସଦରେ ପହଞ୍ଚିଛି । ଛତିଶଗଡର INC ସାଂସଦ ରଞ୍ଜିତ ରଞ୍ଜନ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ‘ଆନିମଲ୍’ ସମ୍ବନ୍ଧରେ ସଂସଦରେ ନିଜର ମତ ପ୍ରକାଶ କରିଛନ୍ତି ।

ରଞ୍ଜିତ ରଞ୍ଜନ ସଂସଦରେ କହିଛନ୍ତି ଯେ, ପ୍ରତ୍ୟକ ସିନେମା ସମାଜରେ ଆଇନା ସଦୃଶ୍ୟ ଅଟେ । ସିନେମା ଦେଖି ଦେଖି ଆମେ ମାନେ ବଡ ହୋଇଛୁ । ଅନେକ ସିନେମା ଅନେକ ଯୁବକଙ୍କ ଉପରେ ପ୍ରଭାବ ପକାଉଛି । ଆଜିକାଲି ଏପରି କିଛି ସିନେମା ହେଉଛି ଯାହା ଆଜିକାଲିର ଯୁବପୀଢିଙ୍କ ଉପରେ ବହୁତ ପ୍ରଭାବ ପକାଉଛି । କହିବାକୁ ଗଲେ ‘କବୀର’ ଠାରୁ ଆରମ୍ଭ କରି ‘ପୁଷ୍ପା’, ଏବେ ପୁଣି ଏକ ଫିଲ୍ମ ରିଲିଜ ହୋଇଛି ‘ଆନିମଲ’ ଯେଉଁଥିରେ ସମସ୍ତ ପ୍ରକାରର ହିଂସା ଦେଖାଯାଇଛି । ଆପଣଙ୍କୁ ମୁଁ କହିପାରୁନି ଯେ ମୋ ଝିଅ ସହ ତାର ଅନେକ ଝିଅ ସାଙ୍ଗ ସାଥି ମିଶି ଏହି ଫିଲ୍ମ ଦେଖିବାକୁ ଯାଇଥିଲେ । ସେ ଫିଲ୍ମ ଅଧାରୁ କାନ୍ଦି କାନ୍ଦି ହଲ୍ ଛାଡି ଚାଲିଆସିଲେ ।

ଗୋଟେ ଚଳଚ୍ଚିତ୍ରରେ ଏତେ ପ୍ରକାରର ହିଂସା, ଅତ୍ୟାଚାର, ମହିଳାଙ୍କ ସହ ଅସଦ୍ ବ୍ୟବହାର ରହିବା ମୋତେ କୌଣସି ପ୍ରକାରରେ ମଧ୍ୟ ସଠିକ୍ ଲାଗୁନାହିଁ । ଆପଣ ଚଳଚ୍ଚିତ୍ର କବୀର ସିଂ କୁ ଦେଖନ୍ତୁ, କିପରି ସେ ତା ପତ୍ନି ସହ ଖରାପ ବ୍ୟବହାର କରୁଛି ତାହା ଏହି ଚଳଚ୍ଚିତ୍ରରେ ପୁରା ଦେଖାଯାଇଛି । ଏସବୁ ନିହାତି ଭାବିବାର ବିଷୟ । ଚଳଚ୍ଚିତ୍ରରେ ଏହି ପରି ହିଂସା, ଅତ୍ୟାଚାର, ଭୁଲ କାର୍ଯ୍ୟକଳାପ ଦେଖି ଆଜିକାଲିର ୧୧/୧୨ବର୍ଷର ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପଡୁଛି । ସେମାନେ ଏସବୁକୁ ଦେଖି ଏହିପରି କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଯେହେତୁ ଚଲଚ୍ଚିତ୍ରରେ ଏସବୁ ଦେଖାଯାଉଛି ତେଣୁ ଏହାକୁ ଅନୁସରଣ କରି ଆଜିକାଲିର ପିଲା ସାମଜରେ ମଧ୍ୟ ଏହୁ କାର୍ଯ୍ୟ କରୁଛନ୍ତି ।

ଦିନ କୁ ଦିନ ବିବାଦ ଭିତରେ ଫସିଯାଉଛି ଚଳଚ୍ଚିତ୍ର ଆନିମଲ୍ । ଏହାକୁ ଦେଖି କିଛି ଲୋକ ସପୋର୍ଟ କରିଥିବା ବେଳେ ଏହି ଚଳଚ୍ଚିତ୍ରର ଭଲ ରିଭ୍ୟୁ ମଧ୍ୟ ରହିଛି । ବକ୍ସ ଅଫିସରେ ମଧ୍ୟ କୋଟି କୋଟି ଟଙ୍କା ଆୟ କରିଛି ଏହି ଚଳଚ୍ଚିତ୍ର । ତେବେ ଆଗକୁ ଏହି ଫିଲ୍ମକୁ ନେଇ ଲାଗିଥିବା ବିବାଦ କେଉଁଆଡକୁ ଗତି କରୁଛି ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.