Latest Odisha News

BREAKING NEWS

ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା; ଓଡିଶାକୁ କଣ ମିଳିବ ଲାଭ?

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର ବଜେଟ ଉପସ୍ଥାପନ କରିବାର ୮ମ ଥର ହେବ ଯାହା ରେକର୍ଡ ସୃଷ୍ଟି କରିବ । ତେବେ ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି ।

ବ୍ୟକ୍ତିଗତ ଆୟକର ଛାଡ ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ୧୫ରୁ ୨୦ ଲକ୍ଷ ଆୟକାରୀ ବର୍ଗ ପାଇଁ ଥିବା ଟିକସ ସ୍ଲାବକୁ ମଧ୍ୟ ହ୍ରାସ କରାଯିବ ବୋଲି ଆଶା କରାଯାଉଛି । ସେହିପରି ପେଟ୍ରୋଲ, ଡିଜେଲରୁ ଉତ୍ପାଦ ଟିକସ ହ୍ରାସ କରିବାକୁ ମଧ୍ୟ ପ୍ରସ୍ତାବ ଥିଲା । ଦେଶର ମଧ୍ୟମ ବର୍ଗ ଏବେ ଦରଦାମ ବୃଦ୍ଧି ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ଏହା ସେମାନଙ୍କୁ କିଛିଟା ଆଶ୍ବସ୍ତି ଦେଇପାରେ । ଚଳିତ ବଜେଟରେ ଗରିବ ଓ ମଧ୍ୟମ ବର୍ଗ କଲ୍ୟାଣ ସମେତ ମହିଳା, ଯୁବପୀଢି, ଚାଷୀଙ୍କୁ ଗୁରୁତ୍ୱ ମିଳିପାରେ । ମହିଳାଙ୍କ କଲ୍ୟାଣ ପାଇଁ ଅନେକଗୁଡିଏ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ପୁରୁଣା ଯୋଜନାଗୁଡିକର ବ୍ୟୟବରାଦ ବଢିବା ସମ୍ଭାବନା ରହିଛି ।

ଦେଶର ବେରୋଜଗାରୀ ସମସ୍ୟାର ମୁକାବିଲା ପାଇଁ ଗ୍ରାଜୁଏଟ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ଆରମ୍ଭ ହୋଇପାରେ ବୋଲି ଆକଳନ କରାଯାଉଛି । ଯାହା ଯୁବପୀଢିଙ୍କ ପାଇଁ ସହାୟକ ହେବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦ ପ୍ରାୟ ୧୦ ପ୍ରତିଶତ ବଢିବା ସମ୍ଭାବନା ।

ତେବେ ବଜେଟ୍ ରେ ଓଡିଶାକୁ ସ୍ବତନ୍ତ୍ର କିଛି ମିଳିପାରେ ସେନେଇ ଆଶାବାଦୀ ଅଛନ୍ତି ରାଜ୍ୟବସୀ । ଗ୍ରାମାଞ୍ଚଳର ବିକାଶ ଓ ଅଧିକ ନିଯୁକ୍ତି କିଭଳି ହୋଇପାରିବ ତାହା ଉପରେ ରହିପାରେ ଫୋକସ । କୃଷି କ୍ଷେତ୍ର ସହ ଋଣ ଭାର କିଭଳି ନିୟନ୍ତ୍ରଣ ରହିବ ସେ ଉପରେ ଫୋକସ ରହିଛି ।

ଆଜିଠୁ ଦେଶରେ ବଦଳିବ ନିୟମ । ଯାହାର ପ୍ରଭାବ ଲୋକଙ୍କର ଦୈନନ୍ଦିନ ଜୀବନ ଉପରେ ପଡିପାରେ । ଆ ନିୟମ ଅନୁସାରେ, ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟାକୁ କମ କରିଦିଆଯାଇଛି । ଏବେ କେବଳ ପ୍ରତି ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନର ଅନୁମତି ରହିବ । ଏହାପରେ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଶୁଳ୍କ ପଡିବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଣ କଲେ ଏହି ଶୁଳ୍କ ୩୦ ଟଙ୍କା ଦେବାକୁ ହେବ । ଆଉ ଗୋଟିଏ ଦିନରେ ଆପଣ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ। ଏହି ପରିବର୍ତ୍ତନ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବାକୁ କରାଯାଇଛି ।

ସେହିପରି ବ୍ୟାଙ୍କିଂ ସେବାକୁ ଅଧିକ ଡିଜିଟାଲ ଓ ଗ୍ରାହକ କୈନ୍ଦ୍ରିକ କରିବା ପାଇଁ ଅନଲାଇନ ଓ ମୋବାଇଲ ବ୍ୟାଙ୍କିଂରେ ନୂଆ ଫିଚର୍ସ ଯୋଡା ଯାଇଛି । ଗ୍ରାହକ ଏବେ ଅଧିକ ସୁରକ୍ଷିତ ଓ ଦ୍ରୁତ ନେଣଦେଣ କରିପାରିବେ । ଡିଜିଟାଲ ମାଧ୍ୟମରେ ପୈଠ କଲେ ଅତିରିକ୍ତ ଲାଭ ଓ କ୍ୟାସ୍ ବ୍ୟାକ ଲାଭ ବି ମିଳିପାରିବ ।

୧ ଫେବୃଆରୀ ୨୦୨୫ରୁ ଲାଗୁ ହେଉଥିବା ବ୍ୟାଙ୍କ ନୂଆ ନିୟମ ବ୍ୟାଙ୍କ ସେବାକୁ ଅଧିକ ପ୍ରଭାବୀ ଓ ଗ୍ରାହକ ଅନୁକୂଳ କରିବା ଦିଗରେ ସହାୟକ ହେବ । ଖାତାଧାରକଙ୍କୁ ନିଜ ବ୍ୟାଙ୍କର ଅଫଲାଇନ ଅଭ୍ୟାସକୁ ବଦଳାଇବାକୁ ପଡିବ । ଏହା ଡିଜିଟାଲ ବ୍ୟାଙ୍କିଂ ଉପଯୋଗୀତାକୁ ପ୍ରୋତ୍ସାହନ ଓ ନଗଦ ନେଣଦେଣକୁ କମ କରିବା ଦିଗରେ କାମ କରିବ ।

Comments are closed.