Latest Odisha News

BREAKING NEWS

ସୈଫଙ୍କୁ ଆକ୍ରମଣ ଘଟଣା; ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ, ଭାଙ୍ଗିଗଲା ବାହାଘର

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ।

ସୂଚନା ଅନୁଯାୟୀ, ଛତିଶଗଡ଼ର ଦୁର୍ଗରୁ ସନ୍ଦିଗ୍ଧ ଭାବରେ ଗିରଫ ବ୍ୟକ୍ତି ଜଣକ ପୋଲିସର ଭୁଲ୍ ପାଇଁ ବ୍ୟକ୍ତି ଜଣକ ସର୍ବସ୍ବ ହରାଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି ଯେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କର ଚାକିରି ଚାଲିଯାଇଛି। ଏଥିସହିତ ତାଙ୍କ ପରିବାରକୁ ମଧ୍ଯ ବହୁ ଅପମାନର ସମ୍ମୁଖୀନ ହେବାକୁ ପଡିଛି। ମୁମ୍ବାଇ ପୋଲିସର ସୂଚନା କ୍ରମେ ରେଳବାଇ ସୁରକ୍ଷାକର୍ମୀ ଜାନୁଆରୀ ୧୮ରେ ଲୋକୋ ପାଇଲଟ ଆକାଶ କନୋଜିଆଙ୍କୁ ଗିରଫ କରିଥିଲା।

ଏନେଇ କନୌଜିଆ କହିଛନ୍ତି ଯେ ଗଣମାଧ୍ୟମ ଯେଭଳି ଭାବେ ମୋର ଫଟୋ ଦେଖାଇ ମୋତେ ମୁଖ୍ୟ ସନ୍ଦିଗ୍ଧ ବୋଲି ଦାବି କରିଥିଲେ। ସେଥିରେ ମୋ ପରିବାର ଭାଙ୍ଗି ପଡିଥିଲେ। ତେବେ ଏହାଯୋଗୁଁ ଯେଉଁଠାରେ ମୋର ବାହାଘର ହେବାର ଥିଲା ସେମାନେ ବାହାଘର ପାଇଁ ମନା କରିଦେଲେ। ମୋ ଚାକିରି ମଧ୍ଯ ହାତ ଛଡା ହୋଇଗଲା।

ତେବେ ବର୍ତ୍ତମାନ ମୁଁ ସୈଫ୍ ଅଲ୍ଲୀ ଖାନଙ୍କ ଘର ବାହାରେ ଠିଆ ହୋଇ ଚାକିରି ମାଗିବାକୁ ଯୋଜନା କରିଛି କାରଣ ତାଙ୍କ ସହ ଯାହା କିଛି ବି ଘଟିଲା ସେଥିରେ ମୁଁ ସବୁକିଛି ହରାଇସାରିଛି।

ଜାନୁଆରୀ ୧୫ ତାରିଖ ରାତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ସତଗୁରୁରେ ଥିବା ସୈଫଙ୍କ ବାସଭବନରେ ଅଭିନେତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ ଦୁବୁର୍ତ୍ତ।

 

Comments are closed.