ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି । ଆଜି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଫାଇନାଲ ମୁକାବିଲା ମ୍ୟାଚ ଖେଳାଯାଇଥିଲା ।
ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳର ଗୋଲ୍ ବରାବର ରହିଥିଲା । କିନ୍ତୁ ଚତୁର୍ଥ କ୍ବାଟରରେ ଓଡିଶା ଓ୍ବାରିୟର୍ସ ସୁରମା ବିପକ୍ଷରେ ଦ୍ବିତୀୟ ଗୋଲ୍ କରି ପ୍ରଥମ ସଂସ୍କରଣର ବିଜେତା ହୋଇଛନ୍ତି । ତେବେ ଓଡ଼ିଶା ୱାରିୟର୍ସ ପାଇଁ ରୁତୁଜା ପିସାଲ (୨୦ ‘ଏବଂ ୫୬’) ସ୍କୋର କରିଥିବାବେଳେ ପେନି ସ୍କ୍ୱିବ୍ (୨୮ ‘) ସୁରମା ହକି କ୍ଲବ ପାଇଁ ଗୋଲ୍ କରିଥିଲେ ।
https://x.com/HockeyIndiaLeag/status/1883521364344365109
ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ୧୨ ଜାନୁଆରୀରୁ ଆରମ୍ଭ ହୋଇଥିଲା । ଏହି ଲିଗ୍ ରେ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ ।
Comments are closed.