Latest Odisha News

BREAKING NEWS

ମୋବାଇଲରୁ ଲିକ୍ ହେଉଛି କି ବ୍ୟକ୍ତିଗତ ତଥ୍ୟ ? ଏଡ଼ାଇବାକୁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ସୂଚନା କ୍ରାନ୍ତିର ସମୟ ଚାଲିଛି। ଏହି ଯୁଗରେ ସୂଚନା ହେଉଛି ସବୁଠାରୁ ବଡ ଅସ୍ତ୍ର। ସେଥିପାଇଁ ଶତ୍ରୁ ବର୍ତ୍ତମାନ ସୂଚନା ବିପ୍ଳବର ଏହି ଅସ୍ତ୍ର ଉପରେ ନଜର ରଖିଛି। କିନ୍ତୁ ଏହି କୌଶଳ ସହିତ ଶତ୍ରୁ କିପରି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିପାରୁଛି ସେନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି।

ଇଣ୍ଟରନେଟରେ ଆପଣଙ୍କର ତଥ୍ୟ ଅନେକ ଉପାୟରେ ଲିକ୍ ହୋଇପାରେ। ଅନେକ ଥର କମ୍ପାନୀ ବ୍ୟବହାରକାରୀ ତଥ୍ୟ ସଂରକ୍ଷଣ କରିବାରେ ଅବହେଳା କରନ୍ତି। ଅନେକ ଥର ହ୍ୟାକର୍ସମାନେ ତଥ୍ୟ ପାଇବା ପାଇଁ ଜାଣିଶୁଣି କମ୍ପାନୀର ସର୍ଭର ଉପରେ ଆକ୍ରମଣ କରନ୍ତି। ସାଇବର ଅପରାଧୀମାନେ କମ୍ପ୍ୟୁଟର ନେଟୱାର୍କକୁ ଫିଜିକାଲ କିମ୍ବା ରିମୋଟ ଆକ୍ସେସ ନେଇ ତଥ୍ୟ ଚୋରି କରନ୍ତି। ଏହିପରି ଅପରାଧିକ ତଥ୍ୟ ଚୋରି କରିବାକୁ ସେମାନେ କମ୍ପାନୀର ନେଟୱାର୍କର ଦୁର୍ବଳତା ଖୋଜନ୍ତି।

ବ୍ୟକ୍ତିଗତ ତଥ୍ୟ କିପରି ଲିକ୍ ହୁଏ ?

  • କମ୍ପାନୀର ଅବହେଳା ଯୋଗୁଁ ତଥ୍ୟ ଲିକ୍ ହୋଇପାରେ
  • ସର୍ଭରରେ ହ୍ୟାକର୍ସ ଆଟାକ୍
  • ଫିଜିକାଲ କିମ୍ବା ରିମୋଟ ଆକ୍ସେସ ନେଇ ଡାଟା ଚୋରି କରିପାରନ୍ତି
  • ଅପରାଧିକ ନେଟୱାର୍କରେ ଦୁର୍ବଳତା ଖୋଜିବା
  • କର୍ମଚାରୀଙ୍କୁ ଭୂଆଁ ବୁଲେଇ ତଥ୍ୟ ନେବା
  • ଡାର୍କ ୱେବ ତଥ୍ୟ ବିକ୍ରୟ କରିବା

ଦେଶରେ ଡାଟା ଚୋରି ହେବାର ଆଶଙ୍କା ଦ୍ରୁତ ଗତିରେ ବଢିଚାଲିଛି। ଯଦି ଆମେ ସରକାରଙ୍କ ପରିସଂଖ୍ୟାନକୁ ଦେଖିବା, ୨୦୨୧ ମସିହାରେ ୫୨ ହଜାର ୯୭୪ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ୨୦୨୦ ତୁଳନାରେ ଏହା ୫.୯ ପ୍ରତିଶତ ଅଧିକ। ଯେତେବେଳେ କି ୨୦୨୦ରେ, ଅନଲାଇନ୍ ଠକେଇର ୩୨୨୩୦ ମାମଲା ପଞ୍ଜିକୃତ ହୋଇଥିଲା | ଏହା ମୋଟ ମାମଲାର ୬୦.୮ ପ୍ରତିଶତ ଅଧିକ।

ଅନଲାଇନ୍ ଠକେଇରୁ ନିଜକୁ କିପରି ରକ୍ଷା କରିବେ ?

ଯେତେବେଳେ ବି ଆମେ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ ସପିଂ କରୁ, ଆମେ ଲୋକମାନଙ୍କ ସହିତ ଆମର ତଥ୍ୟ ସେୟାର କରିଥାଉ। କିନ୍ତୁ ଏପରି କରିବା ଉଚିତ୍ ନୁହେଁ। କାରଣ ଏହା ହେଉଛି ସେହି ହଟସ୍ପଟ୍ ଯାହା ଦ୍ୱାରା ଲୋକଙ୍କ ତଥ୍ୟ ନେଇ ଦୁରୁପଯୋଗ କରାଯାଏ। ସେଥିପାଇଁ ଆମକୁ ଅନଲାଇନ୍ କଲ୍, ଅନ୍‌ଲାଇନ୍ ମେସେଜ୍ ଏବଂ ଲିଙ୍କ୍ ଖୋଲିବା ପୂର୍ବରୁ ଯାଞ୍ଚ କରିନେବା ଉଚିତ୍। ଏହା ଭେଲିଡ୍ ଲିଙ୍କା ନା ନୁହେଁ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଫୋନରେ କିଛି ଭୁଲ୍ ଲିଙ୍କା ବା ମେସେଜ କିମ୍ବା କଲ୍ ଆସୁଛି ତେବେ ଆପଣ ସାଇବର କ୍ରାଇମର ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କରିବେ।

Leave A Reply

Your email address will not be published.