Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ ।

୨୫ ବର୍ଷର ଜିତେନ୍ଦ୍ର ଗତ ୨ ବର୍ଷ ହେଲା ବିଏସଏଫରେ ଭର୍ତ୍ତି ହେବା ସହ ପଞ୍ଜାବରେ ପୋଷ୍ଟିଂ ପାଇଥିଲେ । ଜୁଲାଇ ୬ ତାରିଖରେ ଘରକୁ ଆସିଥିଲେ ଜିତେନ୍ଦ୍ର । ମିଳିଥିବା ସୂଚନା ଅନୁସାରେ, ଜିତେନ୍ଦ୍ର ଆଜି ବାଇକ୍ ଯୋଗେ ସୋରଡ଼ାରୁ ଘରକୁ ଫେରୁଥିଲେ । ଧରାକୋଟ ଥାନା ବରଡ଼ାବାଲି ନିକଟରେ ତାଙ୍କ ବାଇକ୍ ସହ ଏକ ଘରୋଇ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ ଯବାନ ଜଣଙ୍କ ବାଇକରେ ଯାଉଥିବା ବେଳେ ଏକ ଗୀତର ରିଲ୍ ଅପଲୋଡ୍ କରିଥିଲେ । ଯେଉଁଥିରେ ବାଇକ୍ ଚାଳନା ବେଳେ ଜିତେନ୍ଦ୍ର ହେଲମେଟ୍ ପିନ୍ଧି ନଥିବା ବେଳେ ଗୋଟିଏ ହାତରେ ଗାଡ଼ି ଚଲାଇ ଅନ୍ୟ ହାତରେ ମୋବାଇଲ୍ ଧରି ଭିଡିଓ ସୁଟ୍ କରୁଥିବା ଦେଖା ଯାଉଛି ।

Leave A Reply

Your email address will not be published.