Latest Odisha News

BREAKING NEWS

ପୁଲୱାମା ଆକ୍ରମଣକୁ ନେଇ କେଉଁ ଦେଶ ଦେଇଥିଲେ କେଉଁଭଳି ପ୍ରତିକ୍ରିୟା, ଜାଣନ୍ତୁ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏହା ଭିତରେ ବର୍ଷେ ପୁରି ଗଲାଣି। ହେଲେ ସେଦିନର ସେହି ଛାତିଥରା ଦୃଶ୍ୟ ଆଜିବି ମନ ଭିତରେ ଜୀବିତ ରହିଛି । ଭାରତ ମାଆ ର ୪୪ ବୀର ଯବାନଙ୍କ ରକ୍ତ ରଞ୍ଜିତ ମାଟି ଆଜିବି କାନ୍ଦୁଛି । ପ୍ରତ୍ୟେକ ଭାରତୀୟ ଆଜିବି ପ୍ରତିଶୋଧର ନିଆଁରେ ଜର୍ଜରିତ ।

ଏହି ହୃଦୟ ବିଦାରକ ଘଟଣାକୁ ସମସ୍ତ ଦେଶ କଡା ନିନ୍ଦା କରିବା ସହ ଭାରତ ଦୁଃଖରେ ସମଦୁଃଖୀ ହୋଇଥିଲେ ।

ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କେଉଁ ଦେଶ କେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ…

ଭାରତ:

ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ, ବହୁ ରାଜନୈତିକ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଳିଦାନ ବେକାର ଯିବନାହିଁ ବୋଲି କହିଥିଲେ । ସମାଜର ବିଭିନ୍ନ ମହଲରୁ ଶହୀଦ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା ଏବଂ ଦାନ କରାଯାଇଥିଲା ।

ପାକିସ୍ତାନ:

ଏହି ଆକ୍ରମଣ ପାକିସ୍ତାନ କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ପାକିସ୍ତାନ ଉପରେ ହୋଇଥିବା ଏହି ଆକ୍ଷେପକୁ ସେମାନେ ଏଡ଼େଇ ଦେଇଥିଲେ । ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି ସଫେଇ ଦେଇଥିଲେ ପାକ୍ ସରକାର ।

ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ପାକିସ୍ତାନର ଏକ ଦୈନିକ ଇଂରାଜୀ ଖବରକାଗଜ, ଦ ନେସନ ଏହାର ମୁଖ୍ୟ ପୃଷ୍ଠାରେ “ଜଣେ ସ୍ୱାଧୀନତା ସଂଗ୍ରାମୀ କାଶ୍ମୀରରେ ଜବରଦସ୍ତି କବଜା କରିଥିବା ଅନେକଙ୍କୁ ଆକ୍ରମଣ କରି ମାରିଲେ” ବୋଲି ଲେଖିଥିଲେ ।

ଏହାଛଡା ନେପାଳ, ରୁଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଭୁଟାନ, ଭୁଟାନ ସମେତ ୫୮ଟି ଦେଶ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କଡା ଚେତାବନୀ ମଧ୍ୟ ଦେଇଥିଲା ।

Leave A Reply

Your email address will not be published.