Latest Odisha News

ମଧୁମେହ ରୋଗୀ ଖାଇପାରିବେ ଛତୁ ? ଜାଣନ୍ତୁ ଏହା କେତେ ହିତକାରୀ

ମଧୁମେହ ରୋଗୀଙ୍କ ପାଇଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ, ଏହା ଜାଣିବା ସମସ୍ତଙ୍କ ପାଇଁ ଖୁବ ଗୁରୁତ୍ୱ ରଖିଥାଏ । କାହିଁକି ନା ଏହା ଏମିତି ଏକ ରୋଗ ଯାହା ସିଧା ଖାଦ୍ୟ ପ୍ରଣାଣୀ ସହିତ ସମ୍ପର୍କ ରହିଛି । ଏହି କ୍ରମରେ ଆମେ ଆପଣଙ୍କ ଏମିତି ଏକ ଖାଦ୍ୟ ଉପରେ କହିବୁ ଜଣିବା ଗୁରୁତ୍ୱପୂର୍ଣ୍ଣ । ମସରୁମ୍‌ ବା ଛତୁ । ଏହା ପ୍ରାୟ ସମସ୍ତଙ୍କର ପ୍ରିୟ । ଘର ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ସବୁଠି ଛତୁର ରହିଛି ବହୁତ ଡିମାଣ୍ଡ । ତେବେ ଏହୁ ଛତୁ ଆମ ଶରୀର ପାଇଁ ଛତୁ କେତେ ହିତକାରୀ । ଆସନ୍ତୁ ଜାଣିବା….

ଛତୁ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ଏହାବ୍ୟତୀତ ମଧୁମେହ ରୋଗୀମାନେ ଖାସ୍‌ କରି ଏହା ବେଶ୍‌ ଉପକାରୀ । ବିଶେଷଜ୍ଞଙ୍କ ଅନୁଯାୟୀ ଛତୁ ଏକ ସୁପରଫୁଡ । ଏହାକୁ ଖାଦ୍ୟରେ ସାମିଲ କଲେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ । ଛତୁରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥାଏ। ଯାହା ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରେ । ଅର୍ଥାତ ଏହା ମାଧ୍ୟମରେ ଆପଣ ଗ୍ଲୁଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବେ।

ଛତୁ ଖାଇବା ଦ୍ବାରା କ୍ୟାଲେରୀ ବୃଦ୍ଧି ନିୟନ୍ତ୍ରଣରେ ରହିଥାଏ । ଛତୁର ଅଳ୍ପ ପରିମାଣରେ ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଥାଏ । ଆଉ ଏହା କ୍ୟାଲେରୀ ବୃଦ୍ଧିକୁ ରୋକିବା ସହ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରେ। ଛତୁରେ ପଲିସାକାରାଇଡ ରହିଥାଏ। ଯେଉଁଥିରେ ଆଣ୍ଟି-ଡାଇବେଟିସର ପ୍ରଭାବ ରହିଥାଏ। ଏହା ମଧୁମେହ ରୋଗର ପ୍ରତିରକ୍ଷା ପାଇଁ ସୁରକ୍ଷା କବଚ ସୃଷ୍ଟି କରେ।

Comments are closed.