Latest Odisha News

ପୋଲିସକୁ ପ୍ରଶ୍ନ ପଚାରୁଛି ଲୁଟେରା ସ୍ପାଇଡର, କହୁଛି କେମିତି ଧରିଲ ମୋତେ ?

ଭୁବନେଶ୍ୱର: ସ୍ପାଇଡର ସତୀ । ଯାହାକୁ ନେଇ ଭୁବନେଶ୍ୱରରେ ଚହଳ ପଡ଼ିଛି । ଲୋକେ କହୁଛନ୍ତି ଏମିତି ବି ଉଡ଼ି ଉଡ଼ି କରୁଥିବା ଚୋର ଭୁବନେଶ୍ୱରରେ ବୁଲୁଛି । ଯାହାକୁ ଏବେ ଧରିଛି ପୋଲିସ । ଧରା ତ ପଡ଼ିଲା ହେଲେ ଏବେ ପୋଲିସକୁ କରାଉଛି ହରକତ । ନିରଞ୍ଜନ ପଟନାୟକଙ୍କ ଘରୁ ଲୁଟ୍‌ ଘଟଣାରେ ଗିରଫ ଅଭିଯୁକ୍ତ ସ୍ପାଇଡର ସତୀଙ୍କୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ପୋଲିସକୁ ପ୍ରଶ୍ନ ପଚାରୁଛି ଲୁଟେରା ସ୍ପାଇଡର…ଏମିତି କ’ଣ ପ୍ରମାଣ ଛାଡ଼ିଥିଲା, ଯେଉଁଥିପାଇଁ ପୋଲିସ ତାକୁ ଗିରଫ କରିବାରେ ସଫଳ ହେଲା…ସେପଟେ ସୋମବାରଠାରୁ ଅଭିଯୁକ୍ତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ…

କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ ନେତା ନୀରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା ନେଉଛି ନୂଆ ମୋଡ଼ । ପୋଲିସ ତ ଗିରଫ କଲା,କିନ୍ତୁ ଏବେ ଲୁଟେରା ଖୋଜୁଛି ଗିରଫର ପ୍ରମାଣ । ଅଭିଯୁକ୍ତ ସ୍ପାଇଡର ସତ୍ତିକୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।ଆଉ ଗିରଫ ପରେ ସାମ୍ନାକୁ ଆସିଛି ଲୁଟେରାର ଏମିତି ହର୍‌କତ୍ ।

ତଦନ୍ତକାରୀ ଟିମ୍‌କୁ ଅଭିଯୁକ୍ତ ସ୍ପାଇଡର୍‌ ବାରମ୍ବାର ପଚାରୁଛି ଘଟଣା ପରେ କ’ଣ ଛାଡ଼ିଥିଲା ପ୍ରମାଣ ? କେମିତି ପୋଲିସ ତା’ର ସୁରାକ୍‌ ପାଇଲା ? କେଉଁ ପ୍ରମାଣକୁ ଧରି ବିଜୟୱାଡ଼ାରେ ପହଂଚି ଥିଲା ପୋଲିସ ? ପୂର୍ବରୁ ସ୍ପାଇଡର ୬ ଥର ଗିରଫ ହୋଇଥିଲେ ମଧ୍ୟ ପୋଲିସ କେବେ ବି ସ୍ପାଇଡର ଘରେ ପହଂଚି ପାରି ନଥିଲା ।ତେଣୁ କେମିତି ପୋଲିସ ତା’ଘରର ଠିକଣା ପାଇଲା, ତାକୁ ଜାଣିବାକୁ ତତ୍ପର ହୋଇପଡ଼ିଛି ସ୍ପାଇଡର ସତ୍ତି ।

Comments are closed.