Latest Odisha News

ଲଗାନ୍ତୁ କାକୁଡି ଫେସପ୍ୟାକ୍; ମୁହଁର ଉଜ୍ୱଳତା ବଢିବ

ଭୁବନେଶ୍ବର: କାକୁଡି ଆମ ତ୍ୱଚା ପାଇଁ ବହୁତ ଭଲ । ଆପଣ ଜାଣିଛନ୍ତି କି, କାକୁଡିର ଫେସପ୍ୟାକ୍ ଲଗାଇବା ଦ୍ବାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ, ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ ।

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କାକୁଡି ଫେସପ୍ୟାକ୍

– କାକୁଡି ରସରେ ବେସନ ମିଶାଇ ଲଗାନ୍ତୁ । ମୁହଁର ଉଜ୍ୱଳତା ବୃଦ୍ଧି ପାଇବ ।
-କାକୁଡି ରସ , ଆଳୁରସ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ୧୫ ମିନିଟ ପରେ ଧୋଇଦିଅନ୍ତୁ । ତ୍ବଚାରେ ଚମକ ଆସିବ ।
-କାକୁଡି ରସ ଓ ଟମାଟୋ ରସ ମିଶାଇ, ସେହି ପ୍ୟାକକୁ ମୁହଁରେ ଲଗାନ୍ତୁ । ୨ ମିନିଟ ପରେ ଧୋଇଦିଅନ୍ତୁ । ମୁହଁର ତ୍ବଚା ସୁନ୍ଦର ଦିଶିବ ।
– କାକୁଡି ରସରେ ଆଲୋଭେରା ଜେଲ ମିଶାଇ ଲଗାନ୍ତୁ । ମୁହଁର ଦାଗ ଦୂର ହେବା ସହ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ ।
-କାକୁଡି ରସ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ ଛାଡିଦିଅନ୍ତୁ । ଏହାପରେ ମୁହଁ ଧୋଇ ଦିଅନ୍ତୁ । ଅଏଲି ସ୍କିନ ସମସ୍ୟା ଦୂର ହୋଇଥାଏ ।
– ସେହିପରି କାକୁଡି ରସ ସହ ଦହି ମିଶାଇ ମୁହଁରେ ୧୫ ମିନିଟ ଯାଏଁ ରଖନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଏହା ମଧ୍ୟ ଅଏଲି ସ୍କିନ ସମସ୍ୟା ଦୂର କରେ ।

Comments are closed.