Latest Odisha News

ତାମିଲ ମାଟିରୁ ଆରମ୍ଭ ହୋଇଥିଲା ଲୌହ ଯୁଗ: ଏମ କେ ଷ୍ଟାଲିନ

ଚେନ୍ନାଇ: ତାମିଲ ମାଟିରୁ ଲୌହ ଯୁଗର ଆରମ୍ଭ ହୋଇଥିଲା। ଏବେ ଏବେ ତାମିଲନାଡୁରେ ହୋଇଥିବା ଖନନରେ ଏହା ଜାଣିବାକୁ ମିଳିଥିବା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ତାଙ୍କ କହିବା ମୁତାବକ ଦକ୍ଷିଣ ଭାରତରେ ୫,୩୦୦ ବର୍ଷ ପୂର୍ବରୁ ଲୁହାର ପ୍ରଚାଳନ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଚେନ୍ନାଇର ଏକ ପାଠାଗାରରେ ‘ଲୋହେ କି ପ୍ରାଚୀନତା’ ପୁସ୍ତକ ଉନ୍ମୋଚନ ସମୟରେ ସେ ଲୌହ ଯୁଗର ଆରମ୍ଭ ତାମିଲ ମାଟିରୁ ହୋଇଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ତାମିଲନାଡୁରୁ କିଛି ନମୁନା ପରୀକ୍ଷଣ ପାଇଁ ଓ ରେଡିଓ କାର୍ବନ ଡେଟିଂ ପାଇଁ ରାଷ୍ଟ୍ରୀୟ ସଂସ୍ଥାନକୁ ପଠାଯାଇଥିଲା। ଏହାପରେ ଦକ୍ଷିଣ ଭରତରେ ସର୍ବପ୍ରଥମେ ଲୁହାର ବ୍ୟବହାର ହୋଇଥିବା ଜାଣିବାକୁ ମିଳିଥିଲା। ତେଣୁ ଭାରତ ଇତିହାସ ତାମିଲ ମାଟିରୁ ଆରମ୍ଭ ହେବା ଉଚିତ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଲୁହାପଥରରୁ ଲୁହା ବାହାର କରିବା ପ୍ରକ୍ରିୟା ତାମିଲ ମାଟିରୁ ହିଁ ଆରମ୍ଭ ହୋଇଥିଲା। ମୁଁ ଗର୍ବର ସହ କହିବାକୁ କହୁଁଛି ୫,୩୦୦ ବର୍ଷ ପୂର୍ବରୁ ଆମ ମାଟିରୁ ଲୁହାର ବ୍ୟବହାର ହୋଇଥିଲା। ତେଣୁ ତାମିଲନାଡୁ ତରଫରୁ ସାରା ଦୁନିଆକୁ ଏହା ଏକ ଉପହାର ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି।

Comments are closed.