Latest Odisha News

BREAKING NEWS

ମସଲା ଚିକେନ ପତ୍ରପୋଡ଼ା

ଚିକେନ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଚିକେନରୁ ତିଆରି ପ୍ରତିଟି ଆଇଟମ ବେଶ ସୁଆଦିଆ ହୋଇଥାଏ । ତେଣୁ ଆମେ ଆଜିପ୍ରସ୍ତୁତ କରିବା ଚିକେନର ଏକ ଆଇଟମ ‘ମସଲା ଚିକେନ ପତ୍ରପୋଡ଼ା’।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:
ଚିକେନ : ବନଲେସ ୨୫୦ଗ୍ରାମ
ହଳଦି : ଏକ ଚାମଚ
ଅଦାରସୁଣ ବଟା : ୨ଚାମଚ
ଲଙ୍କା ଗୁଣ୍ଡ : ୧ଚାମଚ
ସୋରିଷ ତେଲ : ୫ଚାମଚ
କଦଳି ପତ୍ର : ୨ଟି
ସୁତା : ଗୋଟେ
ଗରମ ମସଲା : ୨ଚାମଚ
ଲୁଣ : ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ପତଳା ପତଳା ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ଏହାପରେ ସେଥିରେ ଅଦାରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଚିକେନ କିଛି ସମୟ ମାରିନେଟ ହେବା ପରେ କଦଳି ପତ୍ରରେ ତେଲ ଲଗାଇ ଚିକେନ ରଖନ୍ତୁ। ଚିକେନ ସହ କଦଳି ପତ୍ରକୁ ଭଲ ଭାବେ ଗୁଡ଼ାଇ ସୁତାରେ ବାନ୍ଧି ଦିଅନ୍ତୁ। ପରେ ଗ୍ୟାସ ଅନ କରି ତାୱା ବସାନ୍ତୁ । ସେଥିରେ ତେଲ ପକାନ୍ତୁ । ତାୱାରେ ତେଲ ଗରମ ହେବା ପରେ ସେଥିରେ ପତ୍ର ବନ୍ଧା ଚିକେନକୁ ସେକନ୍ତୁ । ଏହାକୁ ସାଇଡ଼ ଗ୍ୟାସ ଅନ କରି ରୁଟି ସେକିଲା ଭଳି ଅଳ୍ପ କରନ୍ତୁ । ପରେ ପୁଣି ତାୱାରେ ଚିକେନ ସିଝିବା ଯାଏଁ ଦୁଇ ପଟ ସେକନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମସଲା ଚିକେନ ପତ୍ରପୋଡ଼ା ।

Leave A Reply

Your email address will not be published.