Latest Odisha News

ଅଧିକ ସମୟ ମୋବାଇଲ୍ ଓ ଲାପଟପ୍ ଦେଖିଲେ ଆଖିରେ ହେଉଛି କି ସମସ୍ୟା; ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରାୟ ଅନେକ ବ୍ୟକ୍ତି ୱାର୍କ ଫ୍ରମ୍ ହୋମ୍ କାମ କରୁଛନ୍ତି । ଏପରିକି କିଛି ଲୋକ ସମୟ ଅତିବାହିତ କରିବା ଲାଗି ଇଲେକ୍ଟ୍ରାନିକ୍ସ ଗ୍ୟାଜେଟକୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ ।

ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ ଏଭଳି ସମୟରେ କିପରି ଆଖିର ଯତ୍ନ ନେବେ ।

ଉପଯୁକ୍ତ ଲାଇଟରେ କାମ କରନ୍ତୁ- ଯେତେବେଳେ ଆପଣ କୌଣସି ସ୍କ୍ରିନରେ କାମ କରୁଛନ୍ତି ତାହେଲେ ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ଆଖପାଖରେ ପର୍ଯ୍ୟାପ୍ତ ପରିମାଣର ଲାଇଟ୍ ଥିବ । କମ୍ ଆଲୁଅରେ କାମ କଲେ ଏହା ଆଖି ଉପରେ ପ୍ରଭାବ ପକାଇଥାଏ ।

କମ୍ପ୍ୟୁଟର ଠାରୁ ସଠିକ୍ ଦୂରତା ରଖନ୍ତୁ- ସୁସ୍ଥ ଆଖି ପାଇଁ ସବୁଠାରୁ ଜରୁରୀ ହେଉଛି ସଠିକ୍ ଆଲୋକରେ ବସି କାର୍ଯ୍ୟକରିବା । ସେ କମ୍ପ୍ୟୁଟର ହେଉ ବା ବହି ପଢିବା ବେଳେ ହେଉ ଉପଯୁକ୍ତ ଦୂରତା ନ ରଖଇଲେ ଏହାର କୁ ପ୍ରଭାବ ଆଖି ଉପରେ ପଡିଥାଏ ।

ଏକ୍ସରସାଇଜ- କମ୍ପ୍ୟୁଟର, ମୋବାଇଲ ଫୋନ୍ କିମ୍ବା ବହି ପଢିବା ବେଳେ ଅବିରତ ଦେଖନ୍ତୁ ନାହିଁ । ମଝିରେ ମଝିରେ ଆଖିକୁ ଟିକେ ବିଶ୍ରାମ ଦିଅନ୍ତୁ । ଏପରିକି ଆପଣ ଚାହିଁଲେ କିଛିଟା ଆଖି ସମ୍ବନ୍ଧୀୟ ବ୍ୟାୟମ ମଧ୍ୟ କରିପାରିବେ ।

ପୃଷ୍ଟିଯୁକ୍ତ ଖାଦ୍ୟ ଖାଆନ୍ତୁ- ଆଖି ସମସ୍ୟା ଦୂର କରିବା ପାଇଁ ଭିଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ସକାଳୁ ଖାଲି ପେଟରେ କମଳା ଖାଆନ୍ତୁ । କମଳାରେ ଦୃଷ୍ଟିଶକ୍ତି ବଢାଇବାର ଗୁଣ ରହିଛି । କ୍ଷୀର, ଗାଜର, ଟମାଟର, ଅମୃତଭଣ୍ଡା, ଅଣ୍ଡା ଓ ତାଜା ପନିପରିବା ଖାଆନ୍ତୁ । ଏହା ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି କରାଇବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.