Latest Odisha News

BREAKING NEWS

କୋଲେଷ୍ଟ୍ରଲ କମ୍ କରିବାକୁ ସର୍ବୋତ୍ତମ ଏସବୁ ଫଳ….

ମୁମ୍ବାଇ:  ଆଜିର ସମୟରେ ଖରାପ ଜୀବନ ଶୈଳୀ ଏବଂ ଜଙ୍କଫୁଡ୍ ଖାଦ୍ୟ ଖାଇବାର  ଅଭ୍ୟାସ ଯୋଗୁଁ  ଦ୍ରୁତ ଗତିରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ପାଉଛି  । ବହୁ ସଂଖ୍ୟାରେ ଲୋକ ଉଚ୍ଚ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି । ଯାହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ସାଜିପାରେ ।  ଏଭଳି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଅଧିକାଂଶ ଲୋକ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଓୗଷଧ ଖାଆନ୍ତି  ।  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଆପଣ ନିଜ ଖାଦ୍ୟ ବଦଳାଇ ସହଜରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ । କେତେକ ସ୍ତରରେ ଫଳ ଖାଇବା ଦ୍ବାରା ବି ଆମେ ଏହାକୁ କଣ୍ଟ୍ରୋଲ କରିପାରିବା  । ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇବା ଦ୍ବାରା ଆମେ  ଉଚ୍ଚ କୋଲେଷ୍ଟ୍ରଲରୁ ମୁକ୍ତି ପାଇପାରିବେ  ।

କୋଲେଷ୍ଟ୍ରଲ୍ ରୋଗୀଙ୍କ ପାଇଁ ଆପଲ୍ ଅଧିକ ଲାଭଦାୟକ ଫଳ । ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।   ପ୍ରତିଦିନ ସକାଳେ ଉଠିବା ପରେ ଦୁଇଯି  ଆପଲ୍ ଖାଇବା ଉଚିତ୍  । ଯାହା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ୫୦ ପ୍ରତିଶତ ହ୍ରାସ ହୋଇପାରେ। ଆପଲରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ  । ଆପଲ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସରଳ ହୋଇଥାଏ  ।

ସେହିପରି କମଳା ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହୁଏ  ।   କମଳା ଶରୀରରେ ଜମା ହୋଇଥିବା କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ  ।  କମଳା ରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ  । କମଳା ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଯାଏ  । କମଳା ବ୍ୟତୀତ ଅଙ୍ଗୁର ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରେ ।

ଅଧିକାଂଶ ଲୋକ କଦଳୀ ଖାଇବାକୁ ପସନ୍ଦ କରନ୍ତି  । ଏହା ସାଧାରଣତଃ ହଜମ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ  ।   କଦଳୀ ଖାଇବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ରୋଗୀଙ୍କୁ ଚମତ୍କାର ଲାଭ ମିଳିପାରେ । କଦଳୀରେ ଫାଇବର ଅଧିକ ମାତ୍ରାରେ ଥାଏ  ।  ଯାହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ  । କଦଳୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ  । ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କଦଳୀ ସହାୟକ ହୁଏ  ।

Comments are closed.