Latest Odisha News

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଟନେଲ ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନକୁ ବେଳେ ଘଞ୍ଚ ଜଙ୍ଗଲ ଭିତରେ ଏକ ବିରାଟ ଟନେଲ ଦେଖିବାକୁ ପାଇଥିଲେ ଯବାନ । ତେବେ ଅପରେସନ୍‌ ବେଳେ ମାଓବାଦୀ ଏଠି ଲୁଚି ରହୁଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତ ୧୬ ଜାନୁଆରୀରେ ଛତିଶଗଡରେ ସୁରକ୍ଷାବଳ ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ ହୋଇଥିଲେ । ମାଓ ଦମନ ନେଇ ବିଜାପୁର ଓ ସୁକମା ଜିଲାରେ ବଡ ଧରଣର ଏନକାଉଣ୍ଟର ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ଆକ୍ରମଣ ହେବା ପରେ ସୁରକ୍ଷାବଳ ତରଫରୁ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଥିଲେ । ତେବେ ଏହି ବଙ୍କର୍ ସାହାଯ୍ୟରେ ଟପ୍ ମାଓନେତା ହିଡମା ଖସିଯାଇଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନରେ ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ସାମିଲ ଅଛନ୍ତି।

Comments are closed.